ସଂଘବଦ୍ଧ ଆକ୍ରମଣରେ ଝାରଖଣ୍ଡରେ କାର୍ଯ୍ୟରତ ଓଡ଼ିଆ ଯୁବକଙ୍କ ମୃତ୍ୟୁ
ରାଇରଙ୍ଗପୁର, ( ଅକ୍ଷୟ ବିଶ୍ୱାଳ): ଝାରଖଣ୍ଡରେ କାର୍ଯ୍ୟରତ ଓଡ଼ିଆ ଯୁବକଙ୍କ ସଙ୍ଘବୋଧ ଆକ୍ରମଣରେ ମୃତ୍ୟୁ।ଏପରି ଅଭାବନୀୟ ଘଟଣା ଘଟିଛି ଜାମସେଦପୁର ସ୍ଥିତ ସୁନ୍ଦର ନାଗର ଅଞ୍ଚଳରେ।ମୃତକ ହେଲେ ମୟୁରଭଞ୍ଜ ଜିଲ୍ଲା ଜାମଦା ଥାନା ତାରଣା ପଂଚାୟତ କୁଚେଇପାଳର ବାଇଦୁ ସୟ(୩୪)।
ସୂଚନା ଅନୁଯାୟୀ ବାଇଦୁ ଜାମସେଦପୁର ର ୱେବକୋ କମ୍ପାନୀ ରେ ଚାକରି କରୁଥିଲେ।ଗତକାଲି ଦିନ ୧୦ ଟା ପାଖଆଖି ବାଇଦୁଙ୍କ ମୋବାଇଲରୁ ଏକ କଲ ପରିବାର ଲୋକଙ୍କ ପାଖକୁ ଆସିଥିଲା ଘଣ୍ଟାଏ ଭିତରେ ଆସି ବାଇଦୁକୁ ନେଇ ଯାଅ ନହେଲେ ତମ ପୁକୁ ଆଉ ପାଇବ ନାହିଁ।ପରିବାର ଲୋକେ ଭୟଭୀତ ଅବସ୍ଥାରେ ସୁନ୍ଦର ନଗର ଅଞ୍ଚଳର ନୀଳ ଡୁଙ୍ଗୁରି ଅଞ୍ଚଳରେ ପହଁଚି ବାଇଦୁଙ୍କୁ ରକ୍ତ ଜୁଡୁବୁଡୁ ଓ ଅଚେତ ଅବସ୍ଥାରେ ପାଇଥିଲେ।ସ୍ଥାନୀୟ ଲୋକେ ତାଙ୍କୁ ଶୀଘ୍ର ସେଠାରୁ ନେଇ ଯିବାକୁ କହିବାରୁ ପରିବାର ଲୋକେ ରାଇରଙ୍ଗପୁର ହସ୍ପିଟାଲକୁ ନେଇ ଆସିଥିଲେ।ଗୁରୁତର ଅବସ୍ଥାରେ ତାଙ୍କୁ ବାରିପଦା ରେଫର କରା ଯାଇଥିଲା କିନ୍ତୁ ବାରିପଦା ଯିବା ପୂର୍ବରୁ ଭୋର ସମୟରେ ବାଇଦୁଙ୍କ ମୃତ୍ୟୁ ହୋଇଥିଲା।ତେବେ ବାଇଦୁଙ୍କୁ କିଏ କାହିଁକି ହତ୍ୟା କଲା ଜଣା ପଡି ନ ଥିଲାବେଳେ ପରିବାର ଲୋକେ ଥାନା ରେ ଲିଖିତ ଅଭିଯୋଗ କରି ନାହାଁନ୍ତି।ତେବେ ତଦନ୍ତ ହେଲେ ପ୍ରକୃତ କଥା ସାମ୍ନା କୁ ଆସି ପାରନ୍ତା।


