ବିଭିନ୍ନ ସମସ୍ୟା ନେଇ ତହସିଲ ଅଫିସ ଘେରାଉ କଲେ ହଳଦୀ ଗ୍ରାମପଞ୍ଚାୟତବାସୀ
କଳାହାଣ୍ଡି, (ରଜନୀକାନ୍ତ ମିଶ୍ର):ଭବାନୀପାଟଣା ସଦର ବ୍ଲକ ହଳଦୀ ଗ୍ରାମ ପଞ୍ଚାୟତ ର ବିଭିନ୍ନ ସମସ୍ୟା ନେଇ ଆଜି ଭବାନୀପାଟଣା ତହସିଲ ଅଫିସ ଘେରାଓ କରିଛନ୍ତି ଗ୍ରାମବାସୀ । ଜିଲ୍ଲା ଯୁବ କଂଗ୍ରେସ ର ଯୁବ ନେତା ମହମ୍ମଦ ସାହେବ ଙ୍କ ନେତୃତ୍ୱରେ ଯୁବ କଂଗ୍ରେସ ର କାର୍ଯ୍ୟକାର୍ତ୍ତା ଓ ଗ୍ରାମବାସୀ ମାନେ ତହସିଲ ଅଫିସ ଆଗରେ ନାର।ବାଜି କରି ଗ୍ରାମର ରାସ୍ତା, ବିଜୁଳି, ପାନୀୟ ଜଳର ସୁ ବ୍ୟବସ୍ଥା ଓ ସ୍ଥାନୀୟ ଅଂଚଳ କୁ ମରୁଡି ଘୋଷଣା ପାଇଁ ଏକ ଦାବିପତ୍ର ତହସିଲଦାର ଙ୍କୁ ପ୍ରଦାନ କରିଥିଲେ l


