ରୁଦ୍ରାଣୀ ଉଚ୍ଚ ବିଦ୍ୟାଳୟ ଭିତ୍ତିଭୂମି ଓ ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ କ୍ରୀଡାମନ୍ତ୍ରୀ

କୋଣାର୍କ, (ଗଣେଷ ବେହେରା):କୋଣାର୍କ ଥାନା ଅଧୀନସ୍ଥ ସିମିଳି ଗ୍ରାମପଞ୍ଚାୟତର ଅଗ୍ରଣୀ ଶିକ୍ଷାନୁଷ୍ଠାନ ରୁଦ୍ରାଣୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ ଯାଇ କ୍ରୀଡା ଓ ଯୁବସେବା ବିଭାଗ ମନ୍ତ୍ରୀ ତୁଷାର କାନ୍ତି ବେହେରା ବିଦ୍ୟାଳୟର ଭିତ୍ତିଭୂମି ଓ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିବା ଜଣାପଡିଛି। ଖବରରୁ ପ୍ରକାଶ ଯେ ଶନିବାର ଦିବା ୧୨ଘଟିକା ସମୟରେ ରାଜ୍ୟ ସରକାରଙ୍କ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ଅନସରା ସ୍ଥିତ ରୁଦ୍ରାଣୀ ଉଚ୍ଚ ବିଦ୍ୟାଳୟ ଠାରେ ପହଞ୍ଚିବା ପରେ ସେଠାରେ ବିଦ୍ୟାଳୟ କତୃପକ୍ଷ ଓ ବିଜୁଜନତା କର୍ମକର୍ତ୍ତା ମାନଙ୍କ ପକ୍ଷରୁ ମନ୍ତ୍ରୀ ଶ୍ରୀ ବେହେରା ଙ୍କୁ ଭବ୍ଯ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଶ୍ରୀ ବେହେରା ବିଦ୍ୟାଳୟ ପରିସରରେ ଗୋପବ୍ଳକ ଆନୁକୁଲ୍ୟରେ ଚାଲିଥିବା ଶ୍ରେଣୀ ଗୃହ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିବା ସହ ବିଦ୍ଯାଳୟ ଶ୍ରେଣୀ ଗୃହ ପରିଦର୍ଶନ କରି ଭିତ୍ତିଭୂମିର ତଦାରଖ କରିଥିଲେ। ବିଦ୍ୟାଳୟର ଶିକ୍ଷକ ଅଭାବ ପୂରଣ ସହ ଭିତ୍ତିଭୂମିର ସୁଦୃଢୀକରଣ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ମନ୍ତ୍ରୀ ଏହି ଅବସରରେ ପ୍ରତିଶ୍ରୁତି ଦେଇଥିଲେ। ପରେପରେ ମନ୍ତ୍ରୀ ଶ୍ରୀ ବେହେରା ସିମିଳି ଗ୍ରାମପଞ୍ଚାୟତର ବିଜେଡି ସଭାପତି ବାନାମ୍ବର ବେହେରା, ଯୁବନେତା ବିଜୟ କୁମାର ସେଠ, ୧୪ନଂ ଜୋନ ଜିଲ୍ଲାପରିଷଦ ସଭ୍ୟ ଜ୍ଯୋତି ରଂଜନ ନାୟକ, ପୂର୍ବତନ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ଲେଙ୍କା, ପ୍ରତିମା ବେହେରା, ବରିଷ୍ଠ ବିଜେଡି ନେତା କିଶୋର ଚନ୍ଦ୍ର ସେଠ, ଲକ୍ଷ୍ମୀଧର ସାହୁ, ରୋହିତ ଲେଙ୍କା, ଜଟାଧାରୀ ପରିଡା, ଶଙ୍କର ବିଶ୍ବାଳ, ନିରଂଜନ ସ୍ବାଇଁ, ପ୍ରେମାନନ୍ଦ ରାଉତରାୟ ସମେତ ସଂଗଠନର ପୁରୁଖା କର୍ମକର୍ତ୍ତା ମାନଙ୍କ ସହ ପଂଚାୟତ ନିର୍ବାଚନ ପାଇଁ ତୃଣମୂଳସ୍ତରରେ ପ୍ରକ୍ରିୟା ଆରମ୍ଭ ସହ ସଂଗଠନ ମଜବୁତ କରିବା ଦିଗରେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ