ଲଗାଣ ବର୍ଷା ଯୋଗୁ ଭୁଶୁଡିଲା କାନ୍ଥ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା);ଭଣ୍ଡାରିପୋଖରୀ ବ୍ଲକ ନେରଡା ପଞ୍ଚାୟତ ଯଶୋଟିକିରି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ଗତ ଦୁଇଦିନ ଧରି ବର୍ଷା ହେବା ଫଳରେ ଗ୍ରାମର ନାରାୟଣ ସ୍ୱାଇଁଙ୍କ ବାସଗୃହଟି ପ୍ରଭାବିତ ହୋଇଛି । ଗୃହର ଅର୍ଦ୍ଧାଧିକ କାନ୍ଥ ଭୁଷୁଡି ପଡିଥିବାବେଳେ ସମ୍ପୂର୍ଣ୍ଣ ପରିବାର ଏବେ ବହୁ ଅସୁବିଧାରେ ରହିଛନ୍ତି । ବର୍ଷା ଲାଗି ରହିବା କାରଣରୁ କାନ୍ଥ ବିହୀନ ବାସଗୃହରେ ଆଠପ୍ରାଣୀ କୁଟୁମ୍ବ ଚଳିବା କଷ୍ଟକର ହୋଇପଡିଛି । ଏହା ସହିତ ରୋଷେଇ ଘର, ଗୁହାଳ ଘର ମଧ୍ୟ ବର୍ଷା କାରଣରୁ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି । ବର୍ଷା ବିପନ୍ନ ପରିବାରକୁ ଯଥାଶୀଘ୍ର ସାହାର୍ଯ୍ୟ ସହଯୋଗ ଯୋଗାଇବାକୁ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ