୪କୋଟି ୫୯ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବ ସମରଝୋଳ ପୋଖରୀର ସୌନ୍ଦର୍ଯ୍ୟକରଣ : ଶିଶୁ ଉଦ୍ୟାନ, ଫୁଡ଼୍ ପାର୍କ ସାଙ୍ଗକୁ ବୋଟିଂର ମଜା ନେବେ ଦର୍ଶକ

ହିଞ୍ଜିଳିକାଟୁ,  (ଶେଷଦେବ ସାହୁ): ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ନିର୍ବାଚନ ମଣ୍ଡଳୀର ବିକାଶ ସକାଶେ ସର୍ବଦା ତତ୍ପର ରହିଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ବ୍ଳକ ଓ ପୌରାଞ୍ଚଳରେ ବିକାଶ ପାଇଁ ହଜାର ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ଗଡ଼ରେ ବିକାଶ ପାଇଁ ଅର୍ଥର ଅଭାବ ନାହିଁ । ହିଞ୍ଜିଳିକାଟୁ ଅଞ୍ଚଳକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏକ ଗୁରୁତ୍ୱପୁର୍ଣ୍ଣ ପଦକ୍ଷେପ ଗ୍ରହଣ କରିଥିବା ଦେଖିବାକୁ ମିଳିଛି । ୫୯ ନଂ ଜାତୀୟ ରାଜପଥ ପ୍ୱାର୍ଶ୍ବ ତଥା ସ୍ଥାନୀୟ ବ୍ଳକ ସମରଝୋଳର ପ୍ରାୟ ୩୧ ଏକର ପରିମିତ ଜମି ବିଶିଷ୍ଟ ପୋଖରୀର ୨୫ ହଜାର ବର୍ଗ ମିଟର ପରିମିତ ଅଞ୍ଚଳରେ ପ୍ରାୟ ୪ କୋଟି ୫୯ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବ ସଂପୃକ୍ତ ପୋଖରୀର ଅତ୍ୟାଧୁନିକ ସୌନ୍ଦର୍ଯ୍ୟକରଣ । ଏଥି ସହ ପୋଖରୀ ମଧ୍ୟରେ ବୋଟିଂ ବ୍ୟବସ୍ଥା କରାଯିବା ସହ ପୋଖରୀ ନିକଟରେ ଫୁଡ଼୍ ପାର୍କ ଓ ଶିଶୁ ଉଦ୍ୟାନ ନିର୍ମାଣ ସକାଶେ ସ୍ଥରିକୃତ କରାଯାଇଛି । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ହିଞ୍ଜିଳି ଗସ୍ତରେ ଆସି ନିର୍ମାଣ ହେବାକୁ ଥିବା ସଂପୃକ୍ତ ପୋଖରୀ ସ୍ଥଳ ବୁଲି ଦେଖିଥିଲେ । ହିଞ୍ଜିଳି ବିଧାୟକ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଗାମୀ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଗସ୍ତ ସମୟରେ ଏହାର ଉଦଘାଟନ କାର୍ଯ୍ୟକ୍ରମ ରହିଥିବା ବେସରକାରୀ ସୂତ୍ରରୁ ସୂଚନା ମିଳିଛି । ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରାଯାଇ ଯଥାଶୀଘ୍ର କାର୍ଯ୍ୟ ସମ୍ପାଦନ କରିବା ପାଇଁ ଉପସ୍ଥିତ ଜାତୀୟ ରାଜପଥ, ବିଦ୍ୟୁତ, ଜଳସମ୍ପଦ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ଜିଲ୍ଲାପାଳ କୁଲାଙ୍ଗେଙ୍କ ଗସ୍ତ ସମୟରେ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ରାସ୍ତା ଓ କୋଠାବାଡ଼ି ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ବଙ୍କିମ ଚନ୍ଦ୍ର ପଣ୍ଡା , ବିଦ୍ୟୁତ ବିଭାଗୀୟ ସହକାରୀ ଯନ୍ତ୍ରୀ ନରୋତ୍ତମ ପଟ୍ଟନାୟକ, ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ପ୍ରଧାନଜଳ ସମ୍ପଦ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ସଞ୍ଜିବ କୁମାର ଦାସବର୍ମା , ଏସଡ଼ିଓ ସନ୍ତୋଷ ଚୌଧୁରୀ, କନିଷ୍ଠ ଯନ୍ତ୍ରୀ ଅରୁଣ କୁମାର ପଟ୍ଟନାୟକ, ଜାତୀୟ ରାଜପଥ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ପରମାନନ୍ଦ ବେହେରା, ତହସିଲଦାର ପ୍ରଭାତ କୁମାର ପରିଡ଼ା, ବିଡ଼ିଓ ସୁବ୍ରତ କୁମାର ଜେନା, ବଡ଼ଖଣ୍ଡି ସରପଞ୍ଚ କେ. ଦୁର୍ଗମାଧବ, ଠିକାଦାର ସରୋଜ କୁମାର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ