ସ୍ୱସ୍ତିକ ଇଞ୍ଜିନିୟୟରିଙ୍ଗ ଆନୁକୂଲ୍ୟରେ ଦୁଇ ଦିବସୀୟ ସୁରକ୍ଷା ତାଲିମ କାର୍ଯ୍ୟକ୍ରମ
ରାଇରଙ୍ଗପୁର( ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁରସ୍ଥ ସ୍ଥାନୀୟ ପିସିଏମ କଲ୍ୟାଣ ମଣ୍ଡପ ପରିସରରେ ସ୍ୱସ୍ତିକ ଇଞ୍ଜିନିୟରିଙ୍ଗ ଆନୁକୂଲ ଟାଟା ନର୍ଦନ ପାଓ୍ବାର ଓଡିଶା ଡିଷ୍ଟ୍ରିବ୍ୟୁସେନ ଲିମିଟେଡ (ଟିପିଏନଓଡିଏଲ)ତରଫରୁ ମଙ୍ଗଳବାର /ବୁଧବାର ଦୁଇ ଦିବସୀୟ ସୁରକ୍ଷା ତାଲିମ ଶିବିର କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ ଶୁଭ ଉଦ୍ଘାଟନ କରିଛନ୍ତି ।ଏହି କାର୍ଯ୍ୟକ୍ରମରେ ସ୍ୱସ୍ତିକ ଇଞ୍ଜିନିୟରିଂ ମେନେଜିଂ ଡାଇରେକ୍ଟର ପ୍ରମୋଦ ଵେହେରା ,ସିଇଓ ଗୋପିନାଥ ପଟନାୟକ,ସିଜିଏମ ରାଜେନ୍ଦ୍ର ଦଳେଇ, ସର୍କଲ ସେଫଟି ଅଫିସର ପ୍ରିୟବ୍ରତ ବାରିକ,ଡିଭିଜିଓନାଲ ମେନେଜର ସତ୍ୟଜିତ ଆଚାର୍ଯ୍ୟ,ସଂଯୋଜକ କ୍ଷୀରଚୋରା ମହାନ୍ତ,ବିଜେପି ରାଜ୍ୟ ପାଦକ ନବିନ ରାମ,ମନୋଜ ଦାସ(ବାପି) ପ୍ରମୁଖ ସାମିଲ ହୋଇଥିଲେ ।ସିଇଓ ଗୋପିନାଥ ପଟନାୟକ ସଭାପତିତ୍ବ କରିଥିଲେ । ଥମୁଖ୍ୟ ଅତିଥି ବିଧାୟକ କହିଥିଲେ ମନୁଷ୍ୟ ଜିବନ ଅମୂଲ୍ୟ ଓ ଦୁର୍ଲଭ ।ଥରେ ଚାଲିଗଲେ ସଵୁକିଛି ଛାରଖାର ହୋଇଯିବ ।ପରିବାରର ମୁଖିଆ ଚାଲିଗଲେ ପରିବାରର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯିବ । ବିଦ୍ୟୁତ ସମସ୍ତଙ୍କ ପାଇଁ ଅପରିହାଯ୍ୟ ।ଗରୀବ ଓ ଅମିର ସମସ୍ତଙ୍କ ପାଇଁ ଏହାର ଆବଶ୍ୟକତା ରହିଛି ।ଵିଦ୍ୟୁତ ସଂସ୍ପର୍ଶ ମୃତ୍ୟୁର କାରଣ ଏହା ସମସ୍ତଙ୍କ ପାଇଁ ବିପଦପୁର୍ଣ । ତେଣୁ ସମସ୍ତେ ନିଜର ସୁରକ୍ଷାକୁ ଆଗ ଦେଖିବା ।ନିଜେ ସୁରକ୍ଷିତ ହେଲେ ପରିବାର ସୁରକ୍ଷିତ ହେବ ।ପରିବାର ସୁରକ୍ଷିତ ହେଲେ ସମାଜ ସୁରକ୍ଷିତ ହେବ ।ତେଣୁ ବିଦ୍ୟୁତ କାର୍ଯ୍ୟ କଲେ ପାଦରୁ ମୁଣ୍ଡ ପର୍ୟ୍ୟନ୍ତ ସମସ୍ତେ ସୁରକ୍ଷା କିଟ୍ସ ବ୍ୟବହାର କରିବା ଉଚିତ ।ବିଦ୍ୟୁତ ସଂପର୍କୀୟ ଆବଶ୍ୟକୀୟ ଜ୍ଞାନ ଆରୋହଣ କରିବା ଦରକାର ବୋଲି ଏହି ତାଲିମ ଶିବିରରେ ବିଦ୍ୟୁତ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ ।ଏହି ତାଲିମ ଶିବିରରେ ୨୦୦ରୁ ଉର୍ଦ୍ଧ୍ବ କରମଚାରୀ ତାଲିମ ନେଉଛନ୍ତି ।କର୍ମଚାରୀଙ୍କୁ କମ୍ପାନୀ ତରଫରୁ ଆବଶ୍ୟକୀୟ ଯୋତା,ଜ୍ୟାକେଟ,ହେଲମେଟ,ଗ୍ଲୋବସ ଏବଂଅନ୍ୟାନ୍ୟ ବିଦ୍ୟୁତ ସାମଗ୍ରୀ ପ୍ରଦାନ କରାଯାଇଥିଲା ।କର୍ମଚାରୀମାନେ ଆବଶ୍ୟକୀୟ ସୁରକ୍ଷା କିଟ୍ସ ଏବଂ ଜ୍ଞାନ ପାଇ ଆନନ୍ଦିତ ହୋଇଥିଲେ ।


