ଓଡିଶାକୁ ଆନ୍ଧ୍ରର ଅକ୍ତିଆରକୁ ବିରୋଧ କରି ଉତ୍କଳସମ୍ମିଳନୀ ତରଫରୁ ପ୍ରଶାସନକୁ ସ୍ମାରକପତ୍ର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଓଡିଶାରେ ଆନ୍ଧ୍ରର ଅବାଧ ପ୍ରବେଶ ଓ ଷଡଯନ୍ତ୍ର କରି ଓଡିଶାକୁ ଅକ୍ତିଆର କରିବା ପ୍ରୟାସକୁ ଦୃଢ ବିରୋଧ କରି ଉତ୍କଳ ସମ୍ମିଳନୀ ତରଫରୁ ଗଜପତି ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ୧୯୩୬ରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ବେଳେ ତତ୍କାଳୀନ ମାନ୍ଦ୍ରାଜ ପ୍ରେସିଡେନ୍ସିରେ ଥିବା ପାରଳାଖେମୁଣ୍ଡି ମାଳ ଅନ୍ତର୍ଗତ ମହେନ୍ଦ୍ରଗିରି ଓ ଏହାର ପାଦ ଦେଶରେ ଥିବା ଆଧୁନିକ ଗଙ୍ଗାବାଡ ଗ୍ରାମପଞ୍ଚାୟତର ମାଣିକପାଟଣା ସହ ସମସ୍ତ ଗ୍ରାମ ନୂତନ ଓଡିଶାରେ ସମ୍ମିଶ୍ରତ ହୋଇ ଯାଇଥିଲା । ତେଣୁ ମାଣିକପାଟଣା ସମତେ ଗଙ୍ଗାବାଡ ଗ୍ରାମପଞ୍ଚାତର ପରିସୀମାରେ ଥିବା ସମସ୍ତ ଗ୍ରାମ ଓଡିଶାର ଓ ଏଥିରେ ଆନ୍ଧ୍ର ପ୍ରଦେସର କୌଣସି ଦାବି ନାହିଁ । ଆନ୍ତଃ ପ୍ରାଦେଶିକ ସୀମାରେଖାର ଓଡିଶା ପଟେ ଉକ୍ତ ସମସ୍ତ ଗ୍ରାମ ଅବସ୍ଥିତ ଓ ଓଡିଶା ଅଧୀନରେ ସେହି ସମସ୍ତ ଗ୍ରାମର ଶାସନଗତ ପରିଚାଳନା ନିର୍ବାବାଦରେ ଚାଲି ଆସିଛି । ଗତ ୦୯.୦୯.୨୦୨୧ ତାରିଖରେ ଆନ୍ଧ୍ର ପ୍ରଦେଶର ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଏସ.୍ ଆପଲା ରାଜୁ ସଶସ୍ତ୍ର ପୋଲିସ, ଦଳୀୟକର୍ମୀ ଓ ସରକାରୀ କର୍ମଚାରୀମାନଙ୍କ ସହ ମାଣିକପାଟଣାରେ ବଳପୂର୍ବକ ଅନୁପ୍ରବେସ କରି ଓଡିଶାର ଉଚ୍ଚପଦସ୍ଥ ସରକାରୀ ଅଧିକାରୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି କରି ଗିରଫର ଧମକ ଦେଇ ସେଠାରେ ଓଡିଶା ପକ୍ଷରୁ ବନ୍ଦ କରାଯାଇ ଥିବା ଅଙ୍ଗନବାଡି କେନ୍ଦ୍ରର ତାଲା ଭାଙ୍ଗି ଦେଇଥିଲେ । ସେଠାରେ ଉପସ୍ଥିତ ଅତିରିକ୍ତ ଜିଲ୍ଲାପାଳଙ୍କ ପ୍ରତିବାଦ ଆନ୍ଧ୍ରର ଦାମ୍ଭିକତା ଆଗରେ ମୂଲ୍ୟହୀନ ହେବା ସହ ଓଡିଶା ପାଇଁ ଏକ ହୀନମନ୍ୟସ୍ଥିତି ଉପୁଜିଥିଲା । ସମସ୍ତ ସମ୍ବ୍ରମତାକୁ ଭୁଲି ଆନ୍ଧ୍ରମନ୍ତ୍ରୀ ଓଡିଶା ଦ୍ୱାରା ପରିଚାଳିତ ଅଙ୍ଗବାଡି କେନ୍ଦ୍ରକୁ ଭାଙ୍ଗିଦେବାର ଧମକ ଦେବାକୁ ମଧ୍ୟ ଭୁଲିନଥିଲେ । ମାଣିକପାଟଣାରେ ସେହି ସମୟ ଠାରୁ ନିରନ୍ତର ଆନ୍ଧ୍ର ସରକାରଙ୍କ ପୋଲିସ ପ୍ରହରା ବ୍ୟବସ୍ଥ କରାଯାଇଥିବା ସତ୍ତ୍ୱେ ଓଡିଶା ସମ୍ପୂର୍ଣ୍ଣ ନୀରବ । ଆନ୍ଧ୍ରର ଉକ୍ତ ବେଆଇନ କାର୍ଯ୍ୟକଳାପକୁ ବିରୋଧ କରୁଥିବା ଗଙ୍ଗାବାଡ ପଞ୍ଚାୟତରେ ଆଦିବାସୀ ନେତାମାନଙ୍କ ନାମରେ ମିଥ୍ୟ ଅଭିଯୋଗ କରାଇ ମଞ୍ଜୁଷା ଥାନାରେ ଏତଲା ଦାଏର ହୋଇଥିବାରୁ ସମ୍ପୃକ୍ତ ନେତାମାନେ ଆତ୍ମଗୋପନ କରିବାକୁ ବାଧ୍ୟ ହୋଇଛନ୍ତି । ଏପରି ଭୟର ବାତାବରଣ ଉପୁଜିଥବାରୁ ଗଙ୍ଗାବାଡ ପଞ୍ଚାୟତରେ ଓଡିଶା ଶାସନ ଏକ ପ୍ରକାର ଅଚଳ ହୋଇ ପଡିଛି କହିଲେ ଚଳେ । ଏଭଳି ଅଶୋଭନୀୟ ସ୍ଥିତି ଓଡିଶାର ଅସ୍ମିତାକୁ କଠୋର ଆଘାତ କରୁଛି । ଆମ ପୋଲିସ ଓ ପ୍ରଶାସନିକ ଅଧିକାରୀ ମାଣିକପାଟଣାରେ ପହଞ୍ଚବାକୁ ଓଡିଶା ମଧ୍ୟ ଦେଇ ରାସ୍ତାଟିଏ ନାହିଁ । ଆନ୍ଧ୍ର ଦେଇ ଦୀର୍ଘ ୬୦କିମି ପଥ ୍ତିକ୍ରମ କରି ମାଣିକପାଟଣାରେ ଏହି ସ୍ପର୍ଶକତାର ପରିସ୍ଥିତରିରେ ପହଞ୍ôଚବା ଓଡିଶା ପକ୍ଷେ ଆଦୈ ନରାପଦ ନୂହେଁ । ଏତଦ୍ ବ୍ୟତୀତ ଗଙ୍ଗାବାଡରେ ବାସ କରୁଥିବା ପ୍ରାୟ ୩୦୦୦ ଆଦିବାସୀ ସେମାନଙ୍କର ବଜାରବାଟ, ସ୍ୱାସ୍ଥ୍ୟ ସେବା, ଶିକ୍ଷା ନିଜର ସଂଗୃହୀତ ଜଙ୍ଗଲଜାତ ଦ୍ରବ୍ୟର ବିକ୍ରୟ ପାଇଁ ଓଡିଶାକୁ ରାସ୍ତା ଅଭାବରୁ ଆନ୍ଧ୍ର ମଂଜୁଷା ଉପରେ ସମ୍ପୂର୍ଣ୍ଣ ଭାବେ ନିର୍ଭରଶୀଳ । ବର୍ତ୍ତମାନ ସୀମା ବିବାଦ ପରି ଏକ ଅତ୍ୟନ୍ତ ସମ୍ବଦନଶୀଳ ପ୍ରସଙ୍ଗ ଦୁଇ ରାଜ୍ୟ ମଧ୍ୟରେ ତିକ୍ତତା ସୃଷ୍ଟି କରୁଥିବାରୁ ଗଙ୍ଗାବଡାର ଆଦିବାସୀମାନେ ମଞ୍ଜୁଷା ିବାକୁ ନିରାପଦ ମଣୁନାହାନ୍ତି । ଏପରି ସ୍ଥିତ ଲାଗି ରହିଲେ ସେମାନଙ୍କ ଜୀବନ ଓ ଜୀବୀକା ପ୍ରତି ନିଶ୍ଚୟ ବିପଦ ସୃଷ୍ଟି କରିବ । ଗଙ୍ଗାବାଡ ପଞ୍ଚାୟତରେ ଓଡିଶାର ଦୁର୍ବଳ ଉପସ୍ଥିତ । ଦୀର୍ଘଦିନ ଲାଗି ରହିଲେ ପଡୋଶୀ ଆନ୍ଧ୍ର ସରକାର ଉକ୍ତ ପଞ୍ଚାୟତର ଅନ୍ୟାନ୍ୟ ସୀମାନ୍ତ ଗ୍ରାମରେ ନିଜର ଆଧିପତ୍ୟ ଜାରିର କରି ପରିସ୍ଥିତିକୁ ଅଧିକ ସମ୍ବେଦନଶୀଳ କରିଦେବାର ସମ୍ଭାବନା ଜଳଜଳ ଦେଖାଗଲାଣି । ତେଣୁ ଉତ୍କଳ ସମ୍ମିଳନୀ ପକ୍ଷରୁ ଦାବି ଉପସ୍ଥାପିତ କରୁଛୁ ବୋଲି ରାଜ୍ୟ ଉପସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଗଜପତି ଶାଖାର ସଭାପତି ଗୌରଚନ୍ଦ୍ର ପଣ୍ଡା, ସମ୍ପାଦକ ବିନୋଦ ଚନ୍ଦ୍ର ଜେନା ପ୍ରମୁଖ ଦାବି ଉପସ୍ଥାପନା କରିଛନ୍ତି । ଦାବି ପ୍ରମୁଖରେ ପ୍ରତିପକ୍ଷ ଆନ୍ଧ୍ରପ୍ରଦେଶ ସହିତ ସରକାରୀ ସ୍ତରରେ ଅତିଶୀଘ୍ର ଆଲୋଚନା ପୂର୍ବକ ସୀମା ବିବାଦର ଫଏସଲା କରାଯିବା, କଇଁପୁର ଠାରୁ ଗଙ୍ଗାବାଡ ପର୍ଯ୍ୟନ୍ତ ୯କିମି ଦୂରତ୍ୱ ବିଶିଷ୍ଟ ଏକ ପକ୍କାରାସ୍ତାର ନ୍ରମାଣ ଅତିଶୀଘ୍ର ଆରମ୍ଭ କରି ୨ମାସ ମଧ୍ୟରେ ଶେଷ କରାଯିବା, ଗଙ୍ଗାବାଡ ଓ କେରାଣ୍ଡି ପଞ୍ଚୟାତକୁ ନେଇ ଏକ ରାଜସ୍ୱ ମଣ୍ଡଳ ସ୍ଥାପନ କରି ସୀମାର ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା, ରାସ୍ତା ନିର୍ମାଣ ପରେ ପାରଳାଖେମୁଣ୍ଡି ଠାରୁ ଯଥାଶୀଘ୍ର ଗଙ୍ଗାବଡା ପର୍ଯ୍ୟନ୍ତ ଏକ ଯାତ୍ରୀବାହୀ ବସର ବ୍ୟବସ୍ଥା କରାଯିବା, ଗୁଡିଖୁଡି ଓ ଅନ୍ୟାନ୍ୟ ସମାନ୍ତ ଗ୍ରାମ ଗୁଡିକୁ ମଧ୍ୟ ରାସ୍ତା ଦ୍ୱାରା ପଞ୍ଚାୟତ ସଦର ମହକୁମା ସହ ସଂଯୁକ୍ତ କରାଯିବା, ମାଣକପାଟଣା ଗ୍ରାମର ଆନ୍ଧ୍ର ଦ୍ୱାରା ଅନିଧିକୃତ ଭାବେ ପରିଚାଳିତ ଅଙ୍ଗନବାଡି କେନ୍ଦ୍ରରେ କାର୍ଯ୍ୟରତ ଅଙ୍ଗନବାଡି କର୍ମୀ ଓ ତାଙ୍କ ସହଯୋଗୀମାନଙ୍କ ବିରୁଦ୍ଧରେ ଫୈାଜଦାରୀ ମାମଲା ଦାୟଏର କରି ତୁରନ୍ତ ଗିରଫ କରାଯିବା, ଗଙ୍ଗାବାଡ ପଞ୍ଚାୟତର ଗୁଡିଖୁଡି ମୌଜାରେ ମଧ୍ୟ ଆନ୍ଧ୍ର ସରକାରୀ ଅଧିକାରୀମାନେ ଅନଧିକାର ପ୍ରବେଶ କରି ସେଠାରେ କେତେକ ସରକାରୀ କାର୍ଯକରୁଥିବା ମଧ୍ୟ ଉତ୍କଳ ସ୍ମିଳନୀର ନଜରକୁ ଆସିଛି । ଗଜପତି ଜିଲ୍ଲା ପ୍ରଶାସନ ତୁରନ୍ତ ଏଥି ପ୍ରତି ଦୃଷ୍ଟି ଦେବା, ଗଙ୍ଗାବଡା ଗ୍ରାମପଞ୍ଚାୟତର ବିବାଦ ସମ୍ପର୍କରେ ସମସ୍ତ ରାଜନୀତିକ ଦଳ, ଜନପ୍ରତିନିଧିଉତ୍କଳ ସ୍ମିଳନୀ ଓ ଉତ୍କଳ ହିତୈଷିଣୀ ସମାଜର ପ୍ରତିନିଧିମାନଙ୍କୁ ନେଇ ଜିଲ୍ଲା ପ୍ରଶାସନ ଏକ ଆଲୋଚନା ବୈଠକ ୭ ଦିନ ମଧ୍ୟରେ ଆୟୋଜନ କରି ସମ୍ପୃକ୍ତ ସମସ୍ତଙ୍କ ପରାମର୍ଶ ନେବା ଆବଶ୍ୟକ । ତେଣୁ ଉତ୍କଳ ସ୍ମିଳନୀ ଅନୁରୋଧ କରନ୍ତି ଯେ ଯଥାଶୀଘ୍ର ଉପଯୁକ୍ତ ସମସ୍ତ ଦାବି ପୁରଣ ପାଇଁ ଜିଲ୍ଲା ପ୍ରଶାସନ ବିହିତ ପଦକ୍ଷେପ ଗ୍ରହଣ କରିବା ସହ ସୀମା ସମସ୍ୟାର ସ୍ଥାୟୀ ସମାଧାନ କରାଯାଉ । ଅନ୍ୟଥା ଉତ୍କଳ ସମ୍ମିଳନୀ ଅନ୍ଦୋଳନାତ୍ମକ ପଦକ୍ଷେପ ନେବାକୁ ବାଧ୍ୟ ହେବ ବୋଲି ଚେତାବନୀ ଦେଇଛି । ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କୁ ଏହି ଦାବିପତ୍ର ପ୍ରଦାନ ବେଳେ ଅନ୍ୟମାନଙ୍କ ମଧ୍ୟରେ ଅନାଦି ପାଣିଗ୍ରାହୀ, ଭାଗବତ ପାଢୀ ପ୍ରମୁଖ ଉପସ୍ଥିତଥିଲେ ।


