ବିଦ୍ୟୁତ ତାର ଛଣ୍ଡି ବୃଦ୍ଧଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସା ପଣ୍ଡା) : ଗଜପତି ଜିଲ୍ଲା ରାୟଗଡ ଥାନା ଅଧିନସ୍ଥ ମାର୍ଲବା ପଞ୍ଚାୟତ ଅନ୍ତର୍ଗତ ପେକେଟ ଗ୍ରାମରେ ସୋମବାର ଦିନ ବିଦ୍ୟୁତ ତାର ଛଣ୍ଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।ଷମୃତ ବ୍ୟକ୍ତି ଜଣକ ହେଲେ ସମିନ୍ ଶବର (୫୫) । ପ୍ରକାଶ ଯେ, ଗତ ତିନିଦିନ ଧରି ଲଗାଣ ବର୍ଷା ହେବା ସହ ଗ୍ରାମର ଚାରିଆଡେ ଧାନ ଫଲସଲ ଲାଗିଥିବା ବେଳେ ଗାଇ ପାଇଁ ଘାସ କାଟି ଆଣିବାକୁ ଯାଇ କାଟୁଥିବା ବେଳେ ହଠାତ୍ ବିଦ୍ୟୁତ ତାର ଛିଣ୍ଡି ତାଙ୍କ ଉପରେ ପଡିଯାଇଥିଲା । ଫଳରେ ସେ ଗୁରତର ହେବାରୁ ତାଙ୍କୁ ରାୟଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍‌ୁ ଚିକିତ୍ସାପାଇଁ ନିଆଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ ଖବର ପାଇ ରାୟଗଡ ପୋଲିସ ପହଞ୍ଚି ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳକୁ ପାଇଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ ପ୍ରତି ବର୍ଷ ବର୍ଷା ଦିନରେ ଉକ୍ତ ସ୍ଥାନରେ ବିଦ୍ୟୁତ ତାର ଛଣ୍ଡି ପଡୁଥିବାରୁ ବିଦ୍ୟୁତ ବିଭାଗୀୟ କର୍ମଚାରୀମାନେ ଉକ୍ତ ତାରକୁ ଯୋଡି ଦେଇ କାମ ସାରି ଦେଉଥିବା ବେଳେ ଆଜି ଏ ପ୍ରକାର ଅଘଣ ଘଟି ଅକାଳରେ ଜଣକର ମୃତ୍ୟୁ ହୋଇଯାଇଥିବା ଅଭିଯୋଗ ହୋଇଛି । ଏଥିନେଇ ଗ୍ରାମରେ ଚାପା ଉତ୍ତେଜନା ମଧ୍ୟ ପ୍ରକାଶ ପାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ