ଅଜଣା ଗାଡ଼ି ଧକ୍କାରେ ଦୁଇ ମହିଳା ମୃତ : କ୍ଷତିପୂରଣ ଦାବିରେ ରାସ୍ତାରୋକ

ସାନଖେମୁଣ୍ଡି (ପଦ୍ମଲୋଚନ ପାଣିଗ୍ରାହୀ): ଦିଗପହଣ୍ଡି ଥାନା ଅନ୍ତର୍ଗତ ଗୋକର୍ଣ୍ଣପୁର ଗ୍ରାମ ନିକଟସ୍ଥ ହାରିଣୀ ନାଳ ନିକଟରେ ଶୁକ୍ରବାର ବଢ଼ି ଭୋରରେ ଗାଧୋଇବା ପାଇଁ ଯାଉଥିବା ସମୟରେ ଏକ ଅଜଣା ଗାଡ଼ି ଧକ୍କାରେ ଦୁଇ ମହିଳାଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁମିଳିଛି ।ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଗ୍ରାମବାସୀମାନେ ରାସ୍ତାରେ ଟାୟାର ଜାଳି ଦିଗପହଣ୍ଡି – ବ୍ରହ୍ମପୁର ରାସ୍ତା ଅବରୋଧ କରିଥିବା ଦେଖିବାକୁ ଇଲିଥିଲା । ମୃତ ଦୁଇ ମହିଳା ହେଲେ ଗୋକର୍ଣ୍ଣପୁର ଗ୍ରାମର ଚିନାରୀ ବଙ୍ଗାରି ପତ୍ର (୬0) ଓତମାଳ ବିନ୍ଧାଣୀ (୫୦) ଓ ବୋଲି ଜଣାପଡିଛି । ସୂଚନା ପ୍ରକାରେ ଶୁକ୍ରବାର ଭୋର ସାଢେ ୪ ଘଣ୍ଟା ସମୟରେ ଦୁଇ ମହିଳା ମିଶି ଗ୍ରାମ ନିକଟସ୍ଥ ଉକ୍ତ ହାରିଣୀ ନାଳକୁ ଗାଧୋଇବା ପାଇଁ ଯାଉଥିବା ସମୟରେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇ ସେଠାରୁ ଚମ୍ପଟ ମାରିଥିଲା । କିଛି ସମୟ ପରେ ଗାଁ ଲୋକ ଘଟଣା ଜାଣିବାପରେ ପୂର୍ବତନ ସରପଞ୍ଚ ଅସିତ କୁମାର ସାହୁ ସମେତ ଗ୍ରାମବାସୀ ଓ ପରିବାର ଲୋକେ ଦୁର୍ଘଟଣା ସ୍ଥାନକୁ ଯାଇ ଦେଖିବା ବେଳେ ଦୁଇ ମହିଳାଙ୍କ ମୃତଦେହ ରାସ୍ତାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିରହିଛି । ଏହାପରେ ଉତ୍ତ୍ୟକ୍ତ ଗ୍ରାମବାସୀ ରାସ୍ତାରେ ଟାୟାର ଜାଳି ୩ ଘଣ୍ଟା ରାସ୍ତାରୋକ କରିଥିଲେ । ଯାହାଫଳରେ ଦିଗପହଣ୍ଡି – ବ୍ରହ୍ମପୁର ରାସ୍ତାର ଉଭୟ ପାର୍ଶ୍ବରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା ।ଖବରପାଇ ଦିଗପହଣ୍ଡି ପୋଲିସ ଥାନା ଅଧିକାରୀ ବସନ୍ତ କୁମାର ସେଠୀଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିବା ବେଳେ ଗାଡ଼ି ଚଳାଚଳ ସ୍ବାଭାବିକ ରହିଥିଲା । ଏନେଇ ଦିଗପହଣ୍ଡି ପୋଲିସ ଦୁଇ ମହିଳାଙ୍କ ମୃତଦେହ ଜବତ କରି ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ