ନାହୋ-ନାରାୟଣପୁର ରାସ୍ତାରେ ପାଣି

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ରାମକୃଷ୍ଣପୁର ପଞ୍ଚାୟତର ନାହୋ ଓ ଗଣିଜାଙ୍ଗ ପଞ୍ଚାୟତର ନାରାୟଣପୁର ରାସ୍ତାରେ ୪ ଫୁଟ୍ ପାଣି ଚାଲିଥିବା ଦେଖାଯାଇଛି । ଉକ୍ତ ରାସ୍ତାରେ କପାଳୀ ନଦୀ ପ୍ରବାହିତ ହେଉଥିବା ବେଳେ ଆଜକୁ ପ୍ରାୟ ୩ ଦିନ ହେବ ବର୍ଷା ନଥିବା ସତ୍ତେ ରାସ୍ତାରେ ଜଳସ୍ତର ହ୍ରାସ ପାଉନଥିବା ଦେଖାଯାଇଛି । ନାହୋ ଓ ଖଡିପୁର ଗ୍ରାମର ପ୍ରାୟ ୧ ହଜାରରୁ ଉର୍ଦ୍ଧ୍ୱ ଲୋକ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି । ଏଥିସହିତ ଗଣିଜାଙ୍ଗ ପଞ୍ଚାୟତର ବହୁ ଲୋକ କେନ୍ଦୁଆପଦା ଯାତାୟତ କରିଥାନ୍ତି । ଲଘୁଚାପ ଜନିତ ବର୍ଷାରେ ଉକ୍ତ ରାସ୍ତାରେ ପାଣି ଜମି ରହିବା ଫଳରେ ଲୋକ ମାନଙ୍କୁ ୩ କିମି ଦୂର ବୁଲି ଯିବାକୁ ପଡୁଛି । ବର୍ତ୍ତମାନ ପରିସ୍ଥିତିରେ ନାହୋ ଓ ଖଡିପୁର ଗ୍ରାମର ଲୋକ ମାନେ ଘରୁ ବାହାରି ପାରୁନାହାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ