ପୋଲସରାର ଶ୍ରୀ ଲଙ୍ଗଳେଶ୍ବର ଶ୍ରମିକ ସଂଘର ବୈଠକ

ପୋଲସରା (ଅନିଲ ମହାରଣା): ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦର ଶ୍ରମିକ ସଂଗଠନ ” ଶ୍ରୀ ଲଙ୍ଗଳେଶ୍ବର ଶ୍ରମିକ ସଂଘ ” ର ଏକ ବୈଠକ ଶ୍ରୀ ପଂଚାମୁଖି ଲଙ୍ଗଳେଶ୍ବର ମନ୍ଦିର ପରିସରରେ ମଧ୍ୟରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ପୋଲସରା ବିଧାୟକ ତଥା ଗଞ୍ଜାମ ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଗଞ୍ଜାମ ଜିଲ୍ଲା ବିଜୁ ଶ୍ରମିକ ସାମୁଖ୍ୟ ସଭାପତି ଶ୍ରୀକାନ୍ତ ସାହୁ ଯୋଗ ଦେଇ ନବୀନ ବାବୁଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଗ୍ରହଣ କରିଥିବା ବିଭିନ୍ନ ଶ୍ରମ ନୀତି ବିଷୟରେ ବୁଝାଇବା ସହ ଶ୍ରମିକ ସଂଘର ନିର୍ମାଣାଧୀନ ନିଜସ୍ୱ ଗୃହକୁ ସମ୍ପୂର୍ଣ୍ଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ। ଏହି ବୈଠକରେ ସଙ୍ଘର ସଭାପତି ସପ୍ନେଶ୍ବର ପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ଉପଦେଷ୍ଟା ସଂଗ୍ରାମ କେଶରୀ ଗୁରୁ, ରଞ୍ଜିତ କୁମାର ସାହୁ, ଗୋପାଳ ସାହୁ, ସନ୍ତୋଷ କୁମାର ବେହେରା, ମୋଚିରାମ ସାହୁ, ରିଙ୍କୁ ପଣ୍ଡା, ରଞ୍ଜିତ ପାଣିଗ୍ରାହୀ, ସୂର୍ଯ୍ୟନାରାୟଣ ସାହୁ ପ୍ରମୁଖ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ