କଂସାର ପଞ୍ଚାୟତରେ କୋଭିଡ ଟୀକାକରଣ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ପଞ୍ଚାୟତରେ ସୋମବାର ପ୍ରଥମଥର ପାଇଁ କୋଭିଡ ଟୀକାକରଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ଉପଲକ୍ଷେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ପ୍ରଦ୍ୟୁମ୍ନ କୁମାର ଜେନାଙ୍କ ସହଯୋଗରେ ଆରମ୍ଭ ହୋଇଥିବା ଏହି ଟୀକାକରଣ କାର୍ଯ୍ୟକ୍ରମରେ ୧୫୦ଜଣ ଲୋକଙ୍କୁ କୋଭିଡ ଟୀକା ଦିଆଯାଇଥିବା ସରପଞ୍ଚ ଶ୍ରୀ ଜେନାଙ୍କ ଠାରୁ ଜଣାପଡିଛି । ଜିଲ୍ଲା ପ୍ରଶାସନର ନିର୍ଦେଶ କ୍ରମେ ରବିବାର ବ୍ୟତିତ ପ୍ରତ୍ୟେକ ଦିନ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହି ଟୀକା ଲୋକମାନଙ୍କୁ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ