ମିଳୁନି ଦରମା : ସମୂହ ଛୁଟିରେ ଗଲେ ‘ଆତ୍ମା’ କର୍ମଚାରୀ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):ସରକାରଙ୍କ କୃଷି ବିଭାଗ ଅଧିନ କୃଷି ଓ ବୈଷୟିକ ପରିଚାଳନା ସଂସ୍ଥା ‘ଆତ୍ମା’ ଅଧିନରେ କାର୍ଯ୍ୟରତ କେନ୍ଦ୍ରାପଡା ଜିଲ୍ଲାର ୪୦କର୍ମଚାରୀ ସମୁହ ଛୁଟିରେ ଯାଉଥିବା ସୂଚନା ଦେଇଛନ୍ତିି । ଦୀର୍ଘ ବର୍ଷ ଧରି କାର୍ଯ୍ୟ କରୁଥିବା ଏହି କର୍ମଚାରୀମାନଙ୍କ କୌଣସି ଦାବି, ଆପତ୍ତି କୁ ସରକାର କିମ୍ବା ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଉ ନଥିବାରୁ ସେମାନେ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି । ଗତ ୬ମାସ ଧରି ଜିଲ୍ଲାରେ କାର୍ଯ୍ୟରତ ୪୦କର୍ମଚାରୀ ଦରମା ଏବଂ ଅନ୍ୟାନ୍ୟ ସରକାରୀ ସହାୟତା ପାଇନଥିବାରୁ ଜିଲ୍ଲା ମୁଖ୍ୟ କୃଷିି ଅଧିକାରୀଙ୍କୁ ଜିଲ୍ଲା ଆତ୍ମା କର୍ମଚାରୀ ସଂଘ ପକ୍ଷରୁ କର୍ମକର୍ତ୍ତାମାନେ ଭେଟି ସରକାରଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ ସହ ଆଜି ଠାରୁ ସମୁହ ଛୁଟିରେ ଯାଉଥିବା କହିଛନ୍ତି । ସମଗ୍ର ରାଜ୍ୟରେ ଦୀର୍ଘ ବର୍ଷ ହେବ କୃଷି ବିଭାଗ ଅଧିନ ‘ଆତ୍ମା’ ଯୋଜନାରେ ଅଧିକରୁ ଅଧିକ କର୍ମଚାରୀ ଠିକା ଭିତ୍ତିରେ କାର୍ଯ୍ୟକରୁଛନ୍ତି । ସରକାରଙ୍କ ସାମାନ କାମକୁ ସମାନ ଦରମା ବ୍ୟବସ୍ଥା ଏହି କର୍ମଚାରୀଙ୍କ ପାଇଁ କାର୍ଯ୍ୟକାରୀ ହେଉନାହିଁ । ଜିଲ୍ଲାର ଆତ୍ମା କର୍ମଚାରୀମାନେ କରୋନା ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ସରକାରଙ୍କ କୃଷି ବିଭାଗ ଅଧିନ ସମସ୍ତ ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି । କିନ୍ତୁ ସେହି କର୍ମଚାରୀମାନଙ୍କ ମୌଳିକ ସୁବିଧା ଓ ଦରମାକୁ ବନ୍ଦ କରିଦିଆଯାଇଛି । ସରକାରଙ୍କ ନିୟମ ଅନୁଯାଇ ଏହି କର୍ମଚାରୀମାନେ କୈାଣସି ସୁବିଧା ପାଉନଥିବା ଅଭିଯୋଗ କରିଛନ୍ତି । ୨୦୧୮ ମସିହା ଗାଇଡଲାଇନ ଅନୁସାରେ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ପ୍ରଦାନର ବ୍ୟବସ୍ଥା ଥିବାବେଳେ ସରକାର ଏହି କର୍ମଚାରୀଙ୍କ କ୍ଷେତ୍ରରେ ତାହା ପ୍ରଦାନ କରୁନଥିବା, ଦରମା ସଠିକ୍ ସମୟରେ ନଦେବା ଫଳରେ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇ ସରକାରୀ ସହାୟତା ଦାବିରେ ସମୁହ ଛୁଟିରେ ଯିବା ସହିତ ଏକ ଦାବିପତ୍ର କୃଷି ନିର୍ଦ୍ଦେଶକ, କୃଷି ସଚିବ, ରାଜ୍ୟ ନୋଡାଲ କୃଷି ଅଧିକାରୀଙ୍କ ଉଦ୍ଦେଶ୍ୟର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ତଥା ଆତ୍ମାର ପ୍ରକଳ୍ପ ନିର୍ଦ୍ଦେଶକ ଶିବ ପ୍ରସାଦ ମଲ୍ଲିକଙ୍କୁ ସୋମବାର ପ୍ରଦାନ କରିଛନ୍ତି । ଜିଲ୍ଲା ଆତ୍ମା କର୍ମଚାରୀ ସଂଘ ପକ୍ଷରୁ ସଭାପତି ଶୈଳେନ୍ଦ୍ର ସ୍ୱାଇଁ, ରଘୁନାଥ ମହାନ୍ତି, ନବକୁମାର ଭୂୟାଁ, ଅଭୟ ପରିଡା, ସୁଶାନ୍ତ ପାତ୍ର, ଅବିିନାସ ଦାସ, ନିଳମଣୀ ନାୟକ, ସୁଚିସ୍ମିତା ମହାପାତ୍ର, ଦିପ୍ତିରଶ୍ମୀ ମିଶ୍ର, ଗୁରୁ ପ୍ରସଦ ବିଶ୍ୱାଳ ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ