ଛାତ୍ରଛାତ୍ରୀଙ୍କ ଜାତୀୟ ସେବା ଶିବିର

ନିମାପଡ଼ା (ସନ୍ତୋଷ ଦାଶ) ପୁରୀ ଜିଲ୍ଲା ନିମାପଡ଼ା ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଏକଦିବସୀୟ ସେବା ଶିବିର ଛାତ୍ର ମାନଙ୍କର ଡେଣୁଅ ଓ ଛାତ୍ରୀମାନଙ୍କର ଭୁବନପୁରଠାରେ ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ କୋଭିଡ-୧୯ ଓ ସ୍ବଛତା ଉପରେ ସଚେତନତା କରାଯିବା ସହ ଛାତ୍ର ଛାତ୍ରୀଙ୍କ ଦ୍ଵାରା ଗ୍ରାମ ପରିବେଶକୁ ପରିଷ୍କାର ପରିଚ୍ଛନ୍ନ କରାଯାଇଥିଲା।ଶେଷରେ ଭିନ୍ନତା ମଧ୍ୟରେ ଏକତା ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ପୂର୍ବତନ ଅଧ୍ୟକ୍ଷ ଲକ୍ଷ୍ମୀଧର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ମହାବିଦ୍ୟାଳୟର ପରିଚାଳନା କମିଟି ସଭାପତି ତଥା ଅବସରପ୍ରାପ୍ତ ଅଧ୍ୟାପକ ଜଗତ ପ୍ରସାଦ ସାବୁତ୍ ଭିନ୍ନତା ମଧ୍ୟରେ ଏକତା ଉପରେ ଆଲୋକପାତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ପୁଷ୍ପିତା ରାଜଗୁରୁ,ମାନସ ରଞ୍ଜନ ସ୍ବାଇଁ,ସରପଞ୍ଚ ପବିତ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିବାବେଳେ ଅଧ୍ୟାପକ ଅରୁଣ କୁମାର ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶିବିରରେ ୧୦୦ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ