ଫନି ସହାୟତାରୁ ପାନଚାଷୀ ବଂଚିତ ସହାୟତା ପାଇଁ ନବ ନିର୍ମାଣ କୃଷକ ସଂଗଠନର ଦାବି
ବାଲିପାଟଣା, (ଯୁଗାବ୍ଦ ନ୍ୟୁଜ) : ଫନି ମହାବାତ୍ୟାରେ ବ୍ୟାପକ କ୍ଷୟକ୍ଷତି ଘଟିବା ସହ ବହୁ ଚାଷୀ ସମସ୍ତ ଫସଲ ହରାଇ ସର୍ବସ୍ୱାନ୍ତ ହୋଇଥିଲେ । ଏହା ପରେ ସରକାରଙ୍କ ତରଫରୁ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କୁ ଏଥିପାଇଁ କ୍ଷତିପୂରଣ ଦିଆଯାଇଥିଲା । ମାତ୍ର ଫନି ସମୟରେ ଘୋଷଣା ଅନୁଯାୟୀ ପାନଚାଷୀମାନେ ଏହି ସହାୟତାରୁ ବଞ୍ôଚତ ହୋଇଛନ୍ତି । ପାନ ବରଜର କ୍ଷୟକ୍ଷତି ପାଇଁ ୧୫ ହଜାର ଟଙ୍କା ଦିଆଯିବ ବୋଲି ସରକାର ଘୋଷଣା କରିଥିଲେ । ମାତ୍ର ଦୁଃଖ ଓ ପରିତାପର ବିଷୟ ଯେ, ଏପର୍ଯ୍ୟନ୍ତ ବାଲିପାଟଣା ଅଞ୍ଚଳର ପ୍ରକୃତ ପାନଚାଷୀ ସହାୟତା ଅର୍ଥ ପାଇନାହାଁନ୍ତି । ଉଦ୍ୟାନ ବିଭାଗର କର୍ମଚାରୀମାନେ ବ୍ୟାପକ ଜାଲିଆତି କରିଛନ୍ତି । ଆଦୌ ପାନ ବରଜ କରିନଥିବା ଚାଷୀମାନେ ଅର୍ଥ ପାଇଥିଲା ବେଳେ ପ୍ରକୃତ ଚାଷୀମାନେ ଏଥିର ବଞ୍ôଚତ ହୋଛନ୍ତି । ଚାଷୀ ଗୋବିନ୍ଦ ସ୍ୱାଇଁ, ଭଗବାନ ଭଟ୍ଟ ପ୍ରମୁଖ ଏ ନେଇ ସରକାରଙ୍କୁ କ୍ଷତିପୂରଣ ଦେବା ପାଇଁ ଆବେଦନ କରିଛନ୍ତି । ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଏବଂ ନବନିର୍ମାଣ ରାଜ୍ୟ କମିଟି ସଭ୍ୟ କୃଷ୍ଣଚନ୍ଦ୍ର ବେହେରା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଆଗାମୀ ଦିନରେ ଯଦି ପାନଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ନଦିଆଯାଏ ତେବେ ଆନ୍ଦୋଳନ କରାଯିବ ବୋଲି ସେ କହିଛନ୍ତି ।


