ଦିବ୍ୟଜିବନ ସଂଘ ପକ୍ଷରୁ ସ୍ଵାମୀ ଚିଦାନନ୍ଦଙ୍କ ୧୦୫ ତମ ଜନ୍ମ ଜୟନ୍ତୀ ପାଳିତ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଜିଲ୍ଲା ଦିବ୍ୟ ଜୀବନ ସଂଘ ପାଟପୁର ଶାଖା ପକ୍ଷରୁ ଆଜି ଗନ୍ଧିଛକ ମହାଲକ୍ଷ୍ମୀ ନଗର ସ୍ଥିତ ଶ୍ରୀ ମହାଲକ୍ଷ୍ମୀ ମନ୍ଦିର ପ୍ରାଙ୍ଗଣରେ ସ୍ଵାମୀ ଚିଦାନନ୍ଦ ସରସ୍ଵତୀଙ୍କ ୧୦୫ ତମ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଶାଖା ସଭାପତି ଶ୍ରୀ ଅଶୋକ କୁମାର ବେହେରାଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦିବ୍ୟଜୀବନ ସଂଘର ବରିଷ୍ଠ ଶିବାନନ୍ଦ ପ୍ରେମୀ ଶ୍ରୀ କୁଞ୍ଜ ବିହାରୀ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଶାଖା ସମ୍ପାଦକ ଶ୍ରୀ ଗୋପାଳ ଚନ୍ଦ୍ର ସାବତ ପୂଜାର୍ଚ୍ଚନା ସହିତ ପାଦୁକା ପୂଜା , ସାମୁହିକ ଶନି ସ୍ତୋତ୍ର ପଠନ , ଗୀତା ପାଠ , ନାମ ଯଜ୍ଞ ଧୂପଯଜ୍ଞ ସହିତ ଭଜନ କୀର୍ତ୍ତନର ଆୟୋଜନ କରାଯାଇଥିଲା । ଚନ୍ଦ୍ରଶେଖର ସାମନ୍ତରା , ବିଜୟ କୁମାର ରଥ , ଉଦୟ ରେଡ୍ଡୀ ,ମିଥୁନ ସ୍ବାଇଁ , ଶ୍ରୀପତି ସ୍ବାଇଁ ପ୍ରମୁଖଙ୍କ ଉପସ୍ଥିତିରେ ଆୟୋଜିତ ଏହି ପାଳନ ଦିବସରେ ଲୋକକଳା ବ୍ୟକ୍ତିତ୍ଵ ତଥା ସୁନାମଧନ୍ୟ ଭାରତ ଲୀଳା ନାଟଗୁରୁ ଶ୍ରୀ ସନ୍ତୋଷ କୁମାର ପାଢ଼ୀ ଯୋଗଦେଇ ମାନବିକ ମୂଲ୍ୟବୋଧର ଗୁରୁତ୍ୱକୁ ନେଇ ଭାବମୟ ଉପସ୍ଥାପନ କରିଥିଲେ ।ଏହାସହ ଗୋକର୍ଣପୁର ଦିବ୍ୟଜୀବନ ପସଂଘ ଶାଖା ସଭାପତି ବିଶିଷ୍ଟ ଆଧ୍ୟାତ୍ମ୍ୟ ପ୍ରେମୀ ବାବୁ ପ୍ରଧାନ ମଣିଷ ଜୀବନର ବାସ୍ତବତାକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା ସହ ଅନୁପ୍ରାଣିତ କରିଥିଲେ ।


