ଲୋଟସ ରିସର୍ଟ ଠାରେ ବିଶ୍ବ ଜଳବାୟୁ ପରିବର୍ତ୍ତନ ପାଇଁ ସତ୍ଯାଗ୍ରହ।
କୋଣାର୍କ, (ଗଣେଶ ବେହେରା ), ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଅଧୀନସ୍ଥ ଲୋଟସ ରିସର୍ଟ ବେଳାଭୂମି ଠାରେ ପରିବେଶବିତ ସରୋଜ କୁମାର ସ୍ବାଇଁ ଙ୍କ ନେତୃତ୍ଵରେ ବିଶ୍ବ ଜଳବାୟୁ ପରିବର୍ତ୍ତନ ପାଇଁ ସତ୍ୟାଗ୍ରହ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମଗ୍ର ପୃଥିବୀ ଏବେ ଜଳବାୟୁ ପରିବର୍ତ୍ତନ ସଂକଟର ସମ୍ମୁଖୀନ ହେଉଥିବା ବେଳେ ଭବିଷ୍ୟତ ପୃଥିବୀ କୁ ନେଇ ଦେଶବିଦେଶର ବୈଜ୍ଞାନିକ ମାନଙ୍କ ସତର୍କତା ସୂଚନା ମାନବ ସମାଜ ପାଇଁ ଏକ ସତର୍କ ଘଣ୍ଟି, ଜଳବାୟୁ ପରିବର୍ତ୍ତନ, ତାପମାତ୍ରା ବୃଦ୍ଧି, ସଂରକ୍ଷିତ ଜଙ୍ଗଲ ଅବକ୍ଷୟ ଓ ପ୍ରାକୃତିକ ସମ୍ପଦର ଅପବ୍ୟବହାର ରୋକିବା ପାଇଁ ସାମୁହିକ ପ୍ରଚେଷ୍ଟା ଜରୂରୀ ବୋଲି ବକ୍ତାମାନେ ମତ ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ ପରିବେଶ ସୁରକ୍ଷା ପାଇଁ ହେନ୍ତାଳ ବଣ ସୃଷ୍ଟି ଦିଗରେ ଯୁବପିଢ଼ି ଆଗେଇ ଆସିବା ଜରୁରୀ ବୋଲି ପରିବେଶବିତ ସରୋଜ କୁମାର ସ୍ବାଇଁ ଆହ୍ଵାନ ଦେଇଥିଲେ। ଏହି କାର୍ୟ୍ୟକ୍ରମରେ ସରିଥା ସିଂ, ଅନିଲ ସାମନ୍ତରା, ମିଥୁନ ଛୋଟରାୟ, ଦେବାଶିଷ ପାତ୍ର, ସୁଧାଂଶୁ ଶେଖର ରାଉତ, ଶୁଭେନ୍ଦୁ ରାଉତରାୟ ଓ ବବୁଲ ପଶ୍ଚିମ କବାଟ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ।


