ଦୂଷିତ ପାଣିର ପ୍ରତିକାର ନିମନ୍ତେ ଜିଲ୍ଲାପାଳଙ୍କୁ ଦାବିପତ୍ର
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ଆଚ୍ଛା ସଂଗଠନ ପକ୍ଷରୁ ଗତ ଜୁଲାଇ ମାସରେ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ସଦର ବ୍ଲକ୍ ଅଫିସ୍ରେ ଜିଲ୍ଲାପାଳଙ୍କ ଅବଗତ ପୂର୍ବକ ଦାବୀପତ୍ର ଦିଆଯାଇଥିଲା । ଉକ୍ତ ଚିଠିର ଡ଼ାଇରୀ ନଂ- ୨୪୫୦ ଅଟେ । ୧୦୦ ଦିନରୁ ଉର୍ଦ୍ଧ୍ୱ ହେଲାଣି ମାତ୍ର ଏ ପର୍ଯ୍ୟନ୍ତ ଅଞ୍ଚଳ ବାସୀ ଉପକୃତ ହୋଇପାରିନାହାନ୍ତି । ଉକ୍ତ ଦାବୀରେ ଆଚ୍ଛା ସଂଗଠନ ଦର୍ଶାଇଥିଲା କି ସେହି ଅଞ୍ଚଳରେ ୧୫୦ରୁ ଉର୍ଦ୍ଧ ପରିବାର ବଡଖୁଆ ପୋଖରୀର ଚତୁଃପାର୍ଶ୍ୱରେ ବସବାସ କରୁଛନ୍ତି । ଗତ ୩ ମାସ ତଳେ ଏହି ପୋଖରୀର ଜଳ ବ୍ୟବହାର କରି ଦୁଇଜଣ ବ୍ୟକ୍ତି ଜଣ୍ଡିସ୍ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ ଏବଂ ଶତାଧିକ ଗ୍ରାମବାସୀ ଉକ୍ତ ରୋଗରେ ଆକ୍ରାନ୍ତ ହୋଇଥିଲେ । ଏବେ ମଧ୍ୟ ଅନେକ ଗ୍ରାମବାସୀ ଉକ୍ତ ରୋଗରେ ପିଡ଼ିତ । ଏ ଅଞ୍ଚଳର ପାନୀୟ ଜଳର ଘୋର ସମସ୍ୟା ମଧ୍ୟ ରହିଅଛି । ଏଣୁ ଜିଲ୍ଲାପାଳଙ୍କୁ ସଙ୍ଗଠନ ପକ୍ଷରୁ ଅନୁରୋଧ କରାଯାଇଛି ଯଥାଶୀଘ୍ର ଉକ୍ତ ପୋଖରୀର ପୁନଃଉଦ୍ଧାର ପୂର୍ବକ ପୋଖରୀଟିକୁ ପରିଷ୍କାର ଓ ବିଶୁଦ୍ଧ ପାନୀୟଜଳ ପାଇଁ ଉପଯୁକ୍ତ ପଦକ୍ଷେପ ନ ନେଲେ ଆଗାମୀ ୧୫ ଦିନ ମଧ୍ୟରେ ନିକଟସ୍ଥ ମଧୁସୂଦନ ସରକାରୀ ଉଚ୍ଚ ବିଦ୍ୟାଳୟ, ବଳାଙ୍ଗୀ ମହାବିଦ୍ୟାଳୟ ଓ ବାଲେଶ୍ୱର ପୌର କାର୍ଯ୍ୟାଳୟ ସମ୍ମୁଖରେ ପୋଖରୀରୁ ଆବର୍ଜନା ଆଣି ଧାରଣା ଦିଆଯିବବୋଲି ସଙ୍ଗଠନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ନାୟକଙ୍କୁ ଏକ ଦାବିପତ୍ର ଦିଆଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ସଙ୍ଗଠନର ସଭାପତି ବିସ୍ମିତ ରନ ଦାସ, ସମ୍ପାଦକ ରଣଜିତ କୁମାର ପୃଷ୍ଟି, ସଂଯୋଜକ ରାକେଶ କୁମାର ଶିଅଳ, ରାଜେଶ ପାଣ୍ଡିଆ, ଅଜୟ କୁମାର ନାୟକ, ଯୋଗେନ୍ଦ୍ର ନାଥ ପାଢୀ ଏବଂ ଅଞ୍ଚଳବାସୀଙ୍କ ମଧ୍ୟରେ ଦିଲ୍ଲିପ କୁମାର ସେନ, ଶାନ୍ତନୁ କୁମାର ମାଝୀ, ଅଜିତ କୁମାର ମିଶ୍ର, ଅଲିଭା ଓଝା, ସୁସ୍ମିତା ମାଝୀ, ସରଶତୀ ଜେନା, ସୁଲୋଚନା ମାଝୀ, ରଫ୍ ଖାତୁନ, ଅଶୋକ ମାଝୀ, ବାସନ୍ତି ପଣ୍ଡା, ବେଲ ମୁର୍ମୁ, ଟିପିରି ହେମ୍ବ୍ରମ, ପ୍ରଭାଶିନି ଖଟୁଆ, ବୁଲି ମାଝୀ, ନିନି ଦଳାଇ, ନମିତା ଖଟୁଆ, ପ୍ରମିଳା ଭଳ ପ୍ରଭୃତି ଶତାଧିକ ଅଞ୍ଚଳବାସୀ ଉପସ୍ଥିତ ଥିଲେ । ଅପରପକ୍ଷେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନାୟକ; ଆଚ୍ଛା ସଂଗଠନ ଏବଂ ଅଞ୍ଚଳବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଏବଂ ଖୁବ୍ ଶିଘ୍ର ଏହା ଉପରେ ପଦକ୍ଷପ ଗ୍ରହଣ କରିବେ ।


