ମାଁ କୁରେଇଶୁଣୀଙ୍କ ପ୍ରସିଦ୍ଧ ବାଲିଯାତ୍ରା ଆରମ୍ଭ
ପାରଳାଖେମୁଣ୍ଡି, (ତାରିଣି ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଆର୍.ଉଦୟଗିରି ବ୍ଲକ ରାମଗିରି ଗ୍ରାମର ପ୍ରତ୍ୟକ୍ଷ ଦେବୀ ମାଁ କୁରେଇଶୁଣୀଙ୍କ ପ୍ରସିଦ୍ଧ ବାଲିଯାତ୍ରା ଆରମ୍ଭ ହୋଇଯାଇଛି । ରବିବାର ମାଁଙ୍କ ନୂଆଖିଆ ହୋଇ ବାଲିଯାତ୍ରାର ପ୍ରଥମ ଦିନ ଯାତ୍ରା ପାଇଁ ନଦୀରୁ ବାଲି ଅଣାଯାଇଛି । ରାମଗିରି ଗ୍ରାମର ମନ୍ଦିର କମିଟି ସଭାପତି ଏବଂ ସଦସ୍ୟ ଓ ମାଁ କୁରେଇଶୁଣୀ ଯୁବକ ସଙ୍ଘ ସଭାପତି ବାୟାଧର ବଡକୁମରଙ୍କ ନେତୃତ୍ୱରେ ଗ୍ରାମର ସମସ୍ତ ଯୁବକ ଏବଂ ଗ୍ରାମବାସୀଙ୍କ ଉପସ୍ଥିତିରେ ବାଲିଅଣା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ମନ୍ଦିର ପୂଜକ, ବାହାକ, ମାଳି ମାଁଙ୍କ ସମସ୍ତ ବିଧି ବିଧାନ କାର୍ଯ୍ୟ କରିଥିଲେ । ଆସନ୍ତା କାଲି ଠାରୁ ମାଁଙ୍କ ଯାତ୍ରା ଆରମ୍ଭ ହୋଇ ଆସନ୍ତା ୦୧.୧୦.୨୦୨୧ ଶୁକ୍ରବାର ପଞ୍ଚମୀ, ୦୭.୧୦.୨୦୨୧ ଗୁରୁବାର ବଡଉପବାସ ଏବଂ ୦୮.୧୦.୨୦୨୧ ଶୁକ୍ରବାର ମାଁଙ୍କ କଣ୍ଟାଦୋଲି ଓ ନିଆଁ ମଡା ହୋଇ ଯାତ୍ରା ଶେଷ ହେବ ।


