ରାଇରଙ୍ଗପୁର ରୋଟାରୀ କ୍ଲବ ତରଫରୁ ଇଞ୍ଜିନିୟରମାନଙ୍କୁ ସମ୍ବର୍ଦ୍ଧନା
ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ରୋଟାରୀ କ୍ଲବ ଏବଂ ପ୍ରତ୍ସୋହନକାରୀ ଡାଲମିଆ ସିମେଣ୍ଟ କମ୍ପାନୀ ତରଫରୁ ରାଇରଙ୍ଗପୁରରେ ବିଭିନ୍ନ କାର୍ଯ୍ୟଳୟର କାର୍ଯ୍ୟରତ ଇଞ୍ଜିନିୟରିଂମାନଙ୍କୁ ସମ୍ବର୍ଦ୍ଧନା ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଛି । ଉକ୍ତ କାଯ୍ୟରେ ମୁଖ୍ୟ ଅତିଥିଭାବେ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ମନୋରଂଜନ ବିଶ୍ବାଳ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦଘାଟନ କରିଥିଲେ ।ରୋଟାରୀ କ୍ଲବ ସଭାପତି ରୋଟାରିଆନ କାଳିପ୍ରସନ୍ନ ମହାନ୍ତି ସଭାପତିତ୍ବ କରିବା ସହ ରୋଟାରୀ କ୍ଲବର ଲକ୍ଷ୍ୟ ,ଉଦେଶ୍ୟ ଓ ସାମାଜିକ କ୍ଷେତ୍ରରେ ସାମାଜିକ ସେବାପାଇଁ ଅଧିକ ଧ୍ୟାନ ଦିଏ ବୋଲି କହିଥିଲେ । ରୋଟାରିଆନ ଅତନୁ ମହାନ୍ତି ମଂଚ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଏସଡିପିଓ ମନୋରଂଜନ କହିଥିଲେ ଇଞ୍ଜିନିୟର ମାନେ ହେଉଛନ୍ତି ସମାଜର ବିଶ୍ବକର୍ମା ।ଦେଶର ପ୍ରଗତି ଓ ବିକାଶ ପାଇଁ ଇଞ୍ଜିନିୟର ମାନଙ୍କର ତ୍ୟାଗ,ନିଷ୍ଠା,କର୍ମଦକ୍ଷତା,କର୍ତ୍ତଵ୍ୟପରାୟଣତା,ତ୍ୟାଗ ଅବର୍ଣନୀୟ । ଡାଲମିଆ ସିମେଣ୍ଟର ଇଞ୍ଜିନିୟର ଜିତପ୍ରକାଶ ଏବଂ ଏରିଆ ସେଲ୍ସ ମେନେଜର ଫକିରମୋହନ ଡିଏସପିର ମୂଲ୍ୟବତ୍ତା, ଗୁଣବତ୍ତା ଉପରେ ଗୁରୁତ୍ବ ଦିଏ ବୋଲି କହିଥିଲେ । ବାମନଘାଟୀ ଉପଖଣ୍ଡର ବିଭିନ୍ନ କାର୍ୟ୍ୟାଳୟର ୧୨ ଜଣ ଯନ୍ତ୍ରୀ ଇଂ ପ୍ରମୋଦ କୁମାର କଦମାସିଂ,ଇଂ ନଗେନ୍ଦ୍ର ନାଥ ସାହୁ, ଇଂ ତପନ ପୃଷ୍ଟି,,ଇଂ ଶଶିକାନ୍ତ ଜେନା,ଇଂ ମୃତ୍ୟୁଞ୍ଜୟ ପହି,ଇଂ ତ୍ରିଲୋଚନ ଓଝା,ଇଂ ରାମେଶ୍ବର ସେଠୀ,ଇଂ ଦିଲିପ ଗିରି,ଇଂ ଚିନ୍ମୟ ବେହେରା,ଇଂଗଣେଶ୍ବର ମହାନ୍ତ,ଇଂ ସୁବଳ ପଣ୍ଡା,ଇଂ ରାକେଶ କୁମାର ପ୍ରମୁଖଙ୍କୁ ପୁଷ୍ପଗୁଛ,ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।ଇଞ୍ଜିନିୟରମାନେ ସେମାନଙ୍କର ଅନୂଭୁତି ବର୍ଣନା କରିଥିଲେ । କାର୍ଯ୍ୟକ୍ରମରେ ରୋଟାରିଆନ ବିକାଶ ଭୂତ, ଅରବିନ୍ଦ ବାଗାଡିଆ,ବିଷ୍ନୁପ୍ରସାଦ ଜେନା,ଟିକେ ଭିଜୟାନ,ବିବେକ ପାହାଡି,ରବି ଅଗ୍ରଓ୍ବାଲ,ଶିବଶିବଂ ଦେବ,ସୂର୍ଯ୍ୟକାନ୍ତ ଘଣା,ଗୌରୀ ସାରଡା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ସଂପାଦକ ରୋଟାରିଆନ ପ୍ରତ୍ୟୁଷ ପରିଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


