ଅତିରିକ୍ତ ଜିଲ୍ଲାପାଳ ବସନ୍ତ ରାଉତଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡାର ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କୁ ଗୁରୁବାର ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଉତଙ୍କ କାର୍ଯ୍ୟାଳୟରେ କଲେକ୍ଟୋରେଟ ଷ୍ଟାଫ କମିଟି ପକ୍ଷରୁ ଶ୍ରୀ ରାଉତଙ୍କୁ ପୁଷ୍ପଗୁଛ, ଶ୍ରୀବଳଦେବଜୀଉଙ୍କ ଫଟୋଚିତ୍ର ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଉତଙ୍କ କେନ୍ଦ୍ରାପଡାର କାର୍ଯ୍ୟକାଳ ସମ୍ପର୍କରେ ଉପସ୍ଥିତ ଅଧିକାରୀ ଓ କର୍ମଚାରୀମାନେ ଆଲୋକପାତ କରିବା ସହିତ ତାଙ୍କ ଅବସର ଜୀବନ ସୁସ୍ଥ ଓ ନିରାମୟ ହେଉ ବୋଲି କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଦୁର୍ଗା ପ୍ରସାଦ ମହାରଣା, ଉପଜିଲ୍ଲାପାଳ ନିରଞ୍ଜନ ସାହୁ, ଜିଲ୍ଲା ଜରୁରୀ ଅଧିକାରୀ ସମ୍ବିତ ଶତପଥୀ, ଡେପୁଟୀ କଲେକ୍ଟର ଅଙ୍କିତା ଆନନ୍ଦିତା, ଗରଦପୁର ତହସିଲଦାର ଅଶୋକ କୁମାର ବେହେରା, ଡେପୁଟୀ କଲେକ୍ଟର ନମିତା ବାରିକ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ଚିନ୍ମୟୀ ରଥ, ଷ୍ଟାଫ କମିଟି ସମ୍ପାଦକ ପ୍ରସନ୍ନ କୁମାର ମହାନ୍ତି, ଶୈଳେନ୍ଦ୍ର ପ୍ରଧାନ, ଗୈାରାଙ୍ଗ ବେହେରା, ଦୀନବନ୍ଧୁ ରଥ, ଶିଶିର ରାଉତ,ଦିବ୍ୟରଞ୍ଜନ ବେହେରା ପ୍ରମୁଖ ଯୋଗଦେଇ ଅବସରପ୍ରାପ୍ତ ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ) ଶ୍ରୀ ରାଉତଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।


