ବାଲେଶ୍ୱର ବିପଣି ଉନ୍ନୟନ କମିଟି ପକ୍ଷରୁ ରକ୍ତଦାନ ଶିବିର

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ବିପଣି ଉନ୍ନୟନ କମିଟି ପକ୍ଷରୁ ୮ମ ବାର୍ଷିକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ମୋତିଗଞ୍ଜ ଘୋଷ ମାର୍କେଟ ପରିସରରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ୱର ଉପ-ଜିଲାପାଳ ଆଶିଷ ଈଶ୍ୱର ପାଟିଲ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ । ବ୍ୟବସାୟ ସାଙ୍ଗକୁ ରକ୍ତଦାନ ଭଳି ମହତ କାର୍ଯ୍ୟ କରି ବିପଣି ଉନ୍ନୟନ କମିଟି ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇପାରିଛି ବୋଲି ସେ ମତ ପ୍ରକାଶ କରିଥିଲେ । ସମାଜସେବୀ ଜନ୍ନତ ହୁସେନ, ବିପଣି ଉନ୍ନୟନ କମିଟି ଉପଦେଷ୍ଟା ରଂଜନ ବାଗଙ୍କ ସମେତ କମିଟିର କର୍ମକର୍ତ୍ତା ଚନ୍ଦନ କୁମାର ଭୂୟାଁ, ଶରତ କୁମାର ନାୟକ, ଅରୁଣ କୁମାର ଦାସ, ଭାଗିରଥୀ ବେହେରା, ଅନୀଲ କୋଇଲି, ଶେଖ ମନାନ, ହରେକୃଷ୍ଣ ଦାସ, ଅଖିଲ ଚନ୍ଦ୍ର ଆଶ, ପଦ୍ମଲୋଚନ ଦାସ, ରାଜକୁମାର ପିରି, ପୁଲିନ ବିହାରୀ ମାଇତି ପ୍ରମୁଖ ଏହି ଶିବିରରେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଜିଲା ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ମହେଶ ବିଶ୍ୱାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ଦେଢ଼ଶହ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ସୁଚିସ୍ମିତା ଦାସ, ଅକ୍ଷୟ ଜେନା, ଦେବାଶିଷ ଦତ୍ତ, ଜଗନ୍ନାଥ ପଣ୍ଡା, ସୟଦ ଦିଲଦାର ପ୍ରମୁଖ ରକ୍ତ ଭଣ୍ଡାର କର୍ମଚାରୀମାନେ ରକ୍ତ ସଂଗ୍ରହ କାର୍ଯ୍ୟ ସମ୍ପାଦନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ