ବିଦ୍ୟାଳୟ ସୌନ୍ଦର୍ଯ୍ୟ କରଣରେ ଶିକ୍ଷୟିତ୍ରୀ ଦ୍ବୟଙ୍କ ସଫଳତା
ବୁଗୁଡା, (ଅନିଲ ମହାରଣା):ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଗ୍ରାମର ନୂଆଁସାହିରେ ୨୦୦୬ ମସିହା ସେପ୍ଟେମ୍ବର ୧୬ ତାରିଖରେ ଶୁଭାରମ୍ଭ ହେଇଥିଲା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ। ନୂତନ ଭାବେ ପ୍ରତିଷ୍ଠିତ ଏହି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାୟିତ୍ୱ ବହନ କରିଥିଲେ ସ୍କୁଲ ପାଇଁ ବହୁ ସମୟ ଦେଇ ପାରୁଥିବା ସହକାରୀ ଶିକ୍ଷକ ମଦନ ଗୋପାଳ ଆପଟ। ଯେଉଁ ବିଦ୍ୟାଳୟର ପ୍ରଥମ ଶିକ୍ଷକ ଥିଲେ ଜଣେ କର୍ମବୀର ସେହି ବିଦ୍ୟାଳୟକୁ ବର୍ତ୍ତମାନ ଅତି ସୁନ୍ଦର ଭାବେ ସଜାଇ, ଲୋଗ ନିର୍ମାଣ କରି ଓ ଉତ୍ତମ ଶିକ୍ଷାଦାନ ଦେଇ ଚର୍ଚ୍ଚାରେ ଅଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ ଦାୟିତ୍ୱ ବହନ କରୁଥିବା ମୀନା କୁମାରୀ ରଥ ଓ ସହକାରୀ ଶିକ୍ଷୟିତ୍ରୀ ତିନା ରଥ । ବିଦ୍ୟାଳୟର ସ୍କୁଲ ଘର ପରିସର ଓ ପ୍ରାଚୀରରେ ସୁନ୍ଦର ଚିତ୍ର ଅଙ୍କନ କରି ପରିବେଶକୁ ଖୁବ ସୁନ୍ଦର ଭାବେ ସଫା ସୁତୁରା ରଖିଥିବା ଜଣାପଡିଛି। ଏହି ଦୁଇ ରଥ ଶିକ୍ଷୟିତ୍ରୀ ମୀନା ଓ ତିନା ବିଦ୍ୟାଳୟକୁ ନିଜର ଘର ବୋଲି ଭାବି ଶିକ୍ଷାନୁଷ୍ଠାନର ଯତ୍ନ ନେଇଥାନ୍ତି। ସେଥିପାଇଁ ଆଜି ସେ ଦୁହେଁ ହୋଇ ପାରିଛନ୍ତି ସମସ୍ତନ୍ଯ ପ୍ରାୟଭାଜନ।


