ଜ୍ଞାନରଂଜନ ମାଝୀ ପାରଳା ମ୍ୟୁନିସିପାଲଟିରେ ନୂତନ ନିର୍ବାହୀ ଅଧିକାରୀ ହେଲେ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ପାରଳାଖେମୁଣ୍ଡି ପୌର ପରିଷଦର ନୂତନ ନିର୍ବାହୀ ଅଧିକାରୀ ଭାବେ ଜ୍ଞାନରଂଜନ ମାଝୀ ଦାୟିତ୍ୱ ଗ୍ରହଣ କରିଛନ୍ତିି । ଆଜି ଏନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପାରଳା ପୌର ପରିଷଦ କାର୍ଯ୍ୟାଳୟରେ କର୍ମଚାରୀ ମାନଙ୍କ ତରଫରୁ ଶ୍ରୀମାଝୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥି ସହ ବିଦାୟୀ ପୌରନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ମଧ୍ୟ ଦିଆଯାଇଥିଲା । ସୂଚନାଯୋଗ୍ୟ ଯେ, ଶ୍ରୀମାଝୀ ଓଏଏସ ପାଇ ଏଥି ପୂର୍ବରୁ ରାୟଗଡ ଠାରେ ଟ୍ରେନିଂ ଅଫିସର ଭାବେ କାର୍ଯ୍ୟରତ ଥିଲେ । ପାରଳାଖେମୁଣ୍ଡି ପୌର ପରିଷଦ ଶ୍ରୀମାଝୀ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟିତ୍ୱ ଭାର ଗ୍ରହଣ ପରେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ସାଧାରଣଙ୍କ ସେବା ପାଇଁ ମୁଁ ନିଜକୁ ନିୟୋଜିତ ରଖିବି । ପାରଳା ସହରର ପରିମଳ ବ୍ୟବସ୍ଥା, ରାସ୍ତାଘାଟର ଉନ୍ନତି, ଟିକସ ଆଦାୟ, ସୁନ୍ଦର ଓ ସ୍ୱଚ୍ଛ ପରିବେଶର ସହର ଗଠନ କରିବା ଆଦି ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟ ତୁଲାଇବି ।


