ବିଭିନ୍ନ ପଞ୍ଚାୟତ ପକ୍ଷରୁ ସ୍ୱତନ୍ତ୍ର ଗ୍ରାମସଭା ବୈଠକ

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଭଣ୍ଡାରିପୋଖରୀ ବ୍ଲକ ଅଧିନ ବିଭିନ୍ନ ପଂଚାୟତ ପକ୍ଷରୁ ସ୍ୱତନ୍ତ୍ର ଗ୍ରାମ ସଭା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଦକ୍ଷିଣ ବାଡ଼ ପଂଚାୟତ କାର୍ଯ୍ୟାଳୟ ଠାରେ ସରପଞ୍ଚ ବିଜୟ ଶଙ୍କର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ବିଡ଼ିଓ ଦେବଦତ୍ତ ଦାସ , ସାମାଜିକ ସୁରକ୍ଷା ଭାରପ୍ରାପ୍ତ ଅଧିକାରୀ ବିଜୟାନନ୍ଦ ରାଉତ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରବିନାରାୟଣ ପାତ୍ର ପ୍ରମୁଖ ଯୋଗଦେଇ ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ। ସେହିଭଳି ବୟାବନାପୁର ପଂଚାୟତ ସରପଞ୍ଚ ପ୍ରଶାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ଗ୍ରାମ ସଭା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପଞ୍ଚାୟତର ବିଭିନ୍ନ ଏସଏଚଜି ମହିଳା ମାନେ ଯୋଗଦେଇଥିଲେ। ସଫେଇ ସହିତ ବୃକ୍ଷରୋପଣ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା । ରଣଜିତ ପଞ୍ଚାୟତ ଠାରେ ସରପଞ୍ଚ ମନୋଜ ନାୟକ, ବାଲିପୋଖରୀ ଠାରେ ରଞ୍ଜୁଲତା ସେଠୀ, ସରସଦା ଠାରେ ମଣିକାଞ୍ଚନ ସେନାପତି, ମାଳଦା ଠାରେ ରିତାଞ୍ଜଳୀ ସାମଲ, ପାଟୁଳି ଠାରେ ସୁବାଷ କାଣ୍ଡି, ନିର୍ଗୁଣ୍ଡି ଠାରେ ନମିତା ପାତ୍ର, ନଗୁଆଁ ଠାରେ କମଳ କୁମାର ନନ୍ଦ, ଜଳମଣ୍ଡୁଆ ଠାରେ ଜଗବନ୍ଧୁ ଦାସଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନୁରୂପ ଭାବେ ରହଣିଆ ପଂଚାୟତ କାର୍ଯ୍ୟାଳୟ ଠାରେ ସରପଞ୍ଚ ଅଲିଭା ନାୟକଙ୍କ ସଂଯୋଜନା ରେ ସ୍ଵତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମହିଳା ସଂଗଠନ ଏସଏଚଜି ସଦସ୍ୟା ମାନେ ଯୋଗଦେଇଥିଲେ। ଏହାସହ ରାଜେନ୍ଦ୍ରପୁର ପଞ୍ଚାୟତ ଠାରେ ସରପଞ୍ଚ ଲକ୍ଷ୍ମୀପ୍ରିୟଦର୍ଶନୀ ଭାରତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ଜିଲ୍ଲା ପରିମଳ ପରାମର୍ଶଦାତା ରିତାରାଣୀ ନାୟକ, ଗୌତମ ପଟ୍ଟନାୟକ, ବ୍ଲକ ପରିମଳ ସଂଯୋଜକ ଉଦୟନାଥ ବେଜ, ପିଇଓ ବିକ୍ରମ ସାହୁ, ସମାଜସେବୀ ଜଗନ୍ନାଥ ଭାରତୀ ପ୍ରମୁଖ ଉପସ୍ଥିତ ରହି ସ୍ୱଚ୍ଛତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସେହିଭଳି ବନ୍ଦାଳୋ-ମଢ଼ିଆଳି ପଞ୍ଚାୟତ ଠାରେ ସରପଞ୍ଚ ପ୍ରମିଳା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପିଇଓ ଗୋପାଳ କିଶୋର ପଣ୍ଡା, ଲକ୍ଷ୍ମୀଧର ଜେନା, ବିଶ୍ୱନାଥ ସାହୁ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ