ଉତ୍କଳ କୋରାଟେ ସ୍କୁଲର ବେଲ୍ଟ ଗ୍ରେଡିଙ୍ଗ ଟେଷ୍ଟ ଉଦଯାପିତ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ସ୍ଥିତ ଉତ୍କଳ କୋରାଟେ ସ୍କୁଲ ର ବେଲ୍ଟ ଗ୍ରେଡିଙ୍ଗ ଟେଷ୍ଟ ତଥା ବାର୍ଷିକ ଉତୀର୍ଣ୍ଣ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଉତ୍କଳ କୋରାଟେ ସ୍କୁଲ ଓଡିଶା ର ମୁଖ୍ୟ ଇନଷ୍ଟ୍ରକଟର ତଥା ବ୍ଲାକ ବେଲ୍ଟ ୪ ର୍ଥ ଡନ ଜୁନେଷ ଦିଗାଲଙ୍କ ତତ୍ତ୍ବାବଧାନରେ ଏହି ଗ୍ରେଡିଙ୍ଗ କାର୍ଯ୍ୟକ୍ରମ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଥାନା ଅଧିକାରୀ ଅଜୟ କୁମାର ସ୍ବାଇଁ ଏବଂ ସମ୍ମାନୀତ ଅତିଥି ଭାବେ ରାଷ୍ଟ୍ରିୟ ଏକତା ପରିଷଦ ରାଜ୍ୟ ସଭାପତି ତଥା ଆଡଭୋକେଟ ପ୍ରଦୀପ କୁମାର କହଁର ଯୋଗ ଦେଇଥିଲେ l ସେହିପରି ଉତ୍କଳ କୋରାଟେ ସ୍କୁଲ ଟିକାବାଲିର ମୁଖ୍ୟ ଇନଷ୍ଟ୍ରକଟର ବ୍ଲାକବେଲଟ ତୃତୀୟ ଡନ ଗୋପାଳ କହଁର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଏଥିରେ ବ୍ଲାକବେଲଟ ରେ ଉତୀର୍ଣ୍ଣ ହୋଇଥିବା ଶିକ୍ଷର୍ଥୀ ପ୍ରଭାତ କିଶୋର ସାହୁ,ନରେନ୍ଦ୍ର ଦିଗାଲ, ସୁଧାଶୁଂ ବାରିକ, ବଇଲୋଚନ ମଲିକ, ଆକାଶ କୁମାର ନାୟକ ସମୁହ ସହଯୋଗ କରିଥିଲେ | ଏହି ଗ୍ରେଡିଙ୍ଗ ଟେଷ୍ଟରେ ସର୍ବ ମୋଟ ୫୦ଜଣ ଶିକ୍ଷାର୍ଥି ଭାଗ ନେଇଥିବା ବେଳେ ୪୦ଜଣ କୃତକାର୍ଯ୍ୟ ହୋଇ ମାନପତ୍ର ଏବଂ ବିଭିନ୍ନ ପ୍ରକାର ର କଲରବେଲ୍ଟ ଅତିଥି ମାନଙ୍କ ଠାରୁ ଗ୍ରହଣ କରିଥିଲେ।କୋରାଟେ ସ୍କୁଲର ବିଦ୍ୟାର୍ଥୀ ମାନେ କୋରାଟେ ପୋଜ ଏବଂ ଫାଇଟିଙ୍ଗ ପ୍ରଦର୍ଶନ କରିଥିଲେ।ଟିକାବାଲି ଅଞ୍ଚଳରେ ଏହି ପରି ଆତ୍ମାରକ୍ଷା ଶିକ୍ଷା ପ୍ରତି ଗୁରୁତ୍ୱ ଦିଆଯାଉଥିବାରୁ ମୁଖ୍ୟ ଅତିଥି ଖୁସି ବ୍ୟକ୍ତ କରିଥିଲେ ଓ ଆସିଥିବା ବିଦ୍ୟାର୍ଥୀ ଓ ଅଭିଭାବକ ମାନଙ୍କୁ ଉତ୍ସାହ ପ୍ରଦାନ କରିଥିଲେ |


