ମା ମଙ୍ଗଳା ଙ୍କୁ ଲାଗିହେଲା ବ୍ରହ୍ମ କମଳ
ନିମାପଡା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ସେବକ ସାହି ର ମାନସ ଦିକ୍ଷୀତ ଙ୍କ ଘରେ ଗତକାଲି ବିଳମ୍ୱିତ ରାତିରେ ଫୁଟିଥିଲା ବିରଳ ବ୍ରହ୍ମ କମଳ ଫୁଲ। ଏହି ଫୁଲ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରିୟ ଫୁଲ ଭାବେ ଜଣାଶୁଣା । ଫୁଲ ଗୁଡ଼ିକୁ ତୋଳି ଆଜି ମା ମଙ୍ଗଳା ଙ୍କୁ ଲାଗି କରିଛନ୍ତି ମାନସ। ଏବେ ମା ମଙ୍ଗଳା ଙ୍କ ପାର୍ବଣ ପୂଜା ଚାଲିଥିବା ବେଳେ କାଲି ଠାରୁ ଆରମ୍ଭ ହୋଇଛି ନବରାତ୍ରୀ ପୂଜା । ଏହିସମୟରେ ମା ଙ୍କୁ ବ୍ରହ୍ମକମଳ ଫୁଲ ଲାଗିକରି ତାଙ୍କ ପରିବାର ବେଶ ଖୁସି ହୋଇଛନ୍ତି ।


