ଗଜପତି ଆଇନ ସେବା ପ୍ରାଧିକରଣ ଦ୍ୱାରା ଶିଶୁ ଓ କିଶୋର ନ୍ୟାୟିକ ବ୍ୟବସ୍ଥା ନେଇ ସଚେତନତା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଆଦିବାସୀ ବହୁଳ ସେରଙ୍ଗ ଗ୍ରାମ ଠାରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରାଧିକରଣ ସଚିବ ବ୍ୟମୋକେଶ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଚେତନତା ଶିବିରରେ ବିଭିନ୍ନ ଗ୍ରାମର ଲୋକମାନେ ଉପସ୍ଥିତ ରହି ବାଳ ଶିକ୍ଷା ଅଧିକାର ଶିଶୁ ଓ କିଶୋର ନ୍ୟାୟ ବ୍ୟବସ୍ଥା ଉପରେ ପଚାରି ବୁଝିଥିଲେ । ପଞ୍ଚାୟତ କାର୍ଯ୍ୟାଳୟ ଅଧିକାରୀ ଓ ନାଏବ ସରପଞ୍ଚ ଉପସ୍ଥିତ ରହି ସରକାରଙ୍କ ବିଭିନ୍ନ ଯୋଜନା ଓ ଏହାର କାର୍ଯ୍ୟକାରିତା ଉପରେ ଲୋକମାନଙ୍କୁ ସଚେତନତା କରିଥିଲେ । ୨ ଅକ୍ଟୋବର ୨୦୨୧ ଠାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ୧୪ ନଭେମ୍ବରରେ ଏହା ସମାପନ ହୋବାକୁ ଥିବା ଏହି ପ୍ୟାନ୍ ଇଣ୍ଡିଆ ସଚେତନତା କାର୍ଯ୍ୟକ୍ରମ କିପରି ଗଜପତି ଜିଲ୍ଲାର ପ୍ରତ୍ୟେକ ଗ୍ରାମର ଲୋକଙ୍କ ପାଖକୁ ଆଇନ ସମ୍ବନ୍ଧୀୟ ସଚେତନତା ଓ ସରକାରଙ୍କ ସୁବିଧା ସୁଯୋଗ ପହଂଚିପାରିବ ସେଥି ପାଇଁ ପ୍ରତ୍ୟେକ ବ୍ଲକରେ ଆଇନ ସହାୟତା କର୍ମୀମାନେ ନିୟୋଜିତ ରହି ପ୍ରତ୍ୟେକ ଦିନ ଅନ୍ୟୁନ୍ୟ ୪ରୁ ୫ଗୋଟି ଗ୍ରାମକୁ ବୁଲି ଲୋକମାନଙ୍କୁ ସଚେତନ କରାଇବେ ବୋଲି ପ୍ରାଧିକରଣ ସଚିବ ବ୍ୟମୋକେଶ ନାୟକ ନିଜ ଅଭିଭାଷଣରେ ଲୋକମାନଙ୍କୁ ଜଣାଇଥିଲେ । ସଚେତନତା କାର୍ଯ୍ୟକ୍ରମ ସମାପ୍ତ ପରେ ଭୁବନି ଗ୍ରାମରେ ପହଂଚି ସେଠାକାର ଲୋକମାନଙ୍କୁ ମଧ୍ୟ ବିଭିନ୍ନ ସରକାରୀ ଓ ଆଇନଗତ ସୁବିଧା ସୁଯୋଗ ବିଷୟରେ ଆଲୋକପାତ କରିଥିଲେ । ସେରଙ୍ଗର ଆଇନ ସଚେତନତା କର୍ମି ଶଶିରେଖା ବିଷୋୟୀ ଲିଫଲେଟ୍‌, ପ୍ଲାକାର୍ଡ ମାଧ୍ୟମରେ ଗ୍ରାମର ଲୋକମାନଙ୍କୁ ସଚେତନ କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ପ୍ରାଧୀକରଣର କର୍ମଚାରୀମାନେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ