ଗଜପତିର ଗୁଡିଖୁଡି ଗ୍ରାମରେ ଆନ୍ଧ୍ରର ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ – ଜିଲ୍ଲା ପ୍ରଶାସନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା ପ୍ରଶାସନ ଆନ୍ଧ୍ର ସୀମାନ୍ତରେ ଥିବା ଗୁଡିଖୁଡି ଗ୍ରାମ ପ୍ରତି ବେଶ ସଜାଗ ରହିଛନ୍ତି । ଗୁଡିଖୁଡିରେ ଗଜପତି ପ୍ରଶାସନର ଯେପରି ସମସ୍ତ କାର୍ଯ୍ୟକ୍ରମ ଚାଲୁରହିବା ସହ ଆନ୍ଧ୍ରର କୌଣସି ବ୍ୟକ୍ତିବିଶେଷ ଏଠାରେ ଅବାଧ ପ୍ରବେଶ କରି ଯେପରି ବିଶୃଙ୍ଖଳା ସୃଷ୍ଟି ନ କରନ୍ତି ସେ ନେଇ ଗଜପତି ପ୍ରଶାସନ ସମସ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ, ଗତ ୩ଦିନ ପୂର୍ବେ ଆନ୍ଧ୍ର ସୀମାନ୍ତରେ ଥିବା ଗୁଡିଖୁଡି ଗ୍ରାମରେ ଥିବା ଅଙ୍ଗନୱାଡି କେନ୍ଦ୍ରର ଖାଦ୍ୟ ଦ୍ରବ୍ୟ ପ୍ରଦାନରେ ଆନ୍ଧ୍ର ହସ୍ତକ୍ଷେପ କରି ବିସୃଙ୍ଖଳା ସୃଷ୍ଟି କରିଥିଲା । ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଏହି ଘଟଣା ଜାଣିବା କ୍ଷଣି ତ୍ୱରିତ ପଦକ୍ଷେପ ଗ୍ରହଣ କରିଛନ୍ତି । ପୋଲିସ ଓ ପ୍ରଶାସନିକ ଅଧିକାରୀମାନଙ୍କୁ ଗୁଡିଖୁଡି ଗ୍ରାମକୁ ପଠାଇ ସମସ୍ତ ଅନୁଧ୍ୟାନ କରିବା ସହ ଅଙ୍ଗନୱାଡି କେନ୍ଦ୍ରର ଖାଦ୍ୟ ଦ୍ରବ୍ୟ ପ୍ରଦାନରେ ଆନ୍ଧ୍ର ହସ୍ତକ୍ଷେପ ଯେପରି ନକରି ପାରିବ ସେଥିପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ବର୍ତ୍ତମାନ ଅଙ୍ଗନୱାଡି କେନ୍ଦ୍ରରେ ଶିଶୁମାନଙ୍କୁ ସୁଷମ ଖାଦ୍ୟ ବଣ୍ଟନ ସଠିକ ଭାବେ ଚାଲୁରହିଛି । ବିଶେଷକରି ଏହି ଅଞ୍ଚଳର ଉନ୍ନତି ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ,ଗମନାଗମନ,ବିକାଶ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି । ଲୋକଙ୍କ ଆର୍ôଥକ ମାନଦଣ୍ଡର ଉନ୍ନତି ପାଇଁ ମତ୍ସ୍ୟପାଳନ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି । ପ୍ରଶାସନର ଆର୍ôଥକ ସାହାଯ୍ୟ ଦ୍ୱାରା ମତ୍ସ୍ୟଚାଷରେ ଅଞ୍ଚଳବାସୀଙ୍କ ଉନ୍ନତି ପାଇଁ ପଦକ୍ଷେପ ନିଆଯାଉଛି । ବିଶେଷକରି ଗଜପତି ଜିଲ୍ଲା ଆଇଟିଡିଏ ତରଫରୁ କାର୍ଯ୍ୟକାରୀ ହେଉଥିବା ସମସ୍ତ ବିକାଶ ମୂଳକ କାର୍ଯ୍ୟକ୍ରମ ଗୁଡିକ ଏଠାରେ କାର୍ଯ୍ୟକାରୀ କରି ଅଞ୍ଚଳବାସୀଙ୍କ ଉନ୍ନତି ପାଇଁ ଗଜପତି ପ୍ରଶାସନ କାର୍ଯ୍ୟଖସଡା ପ୍ରସ୍ତୁତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ