ବିଜୁ ଜନତା ଦଳ ପକ୍ଷରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି, ପ୍ରତେକ ରାଜନୀତି ଦଳ ସେତିକି ତତ୍ପର ହେଉଛନ୍ତି। ଦାରିଙ୍ଗବାଡି ବ୍ଲକ ଶ୍ରାନିକେତା ପଞ୍ଚାୟତ ଟକରମାଲା ଠାରେ ବ୍ଲକ ସଭାପତି ଜ୍ୟୋତିରାଜ ପ୍ରଧାନଙ୍କ ନେତୃତ୍ୱରେ ବିଜେଡ଼ିର ପଂଚାୟତ ସ୍ତରୀୟ ନେତୃତ୍ୱ ସମ୍ମିଳନୀ ପ୍ରସ୍ତୁତି ବୈଠକ ଆୟୋଜନ ହୋଇଯାଇଛି । ତୃଣମୂଳ ସ୍ତରରେ ସୁଦୃଢ କରିବା ସହ ଆଗକୁ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ରହିଥିବାରୁ କିଭଳି ନିଜର ସମର୍ଥିତ ପ୍ରାଥୀର ବିଜୟ ସୁନିଶ୍ଚିତ କରାଇବେ ସେନେଇ ଆଲୋଚନା ହୋଇଥିଲା । ୧୦ ନମ୍ବର ଜୋନ୍ ଜିଲ୍ଲା ପରିଷଦ ବିଜେଡ଼ି ଦଳର ସମର୍ଥିତ ପ୍ରାର୍ଥୀଙ୍କୁ କିପରି ଜିତେଇବା ସେଥିପାଇଁ ମଧ୍ୟ ଆଲୋଚନା ହୋଇଥିଲା । ଏଥି ସହିତ ପ୍ରତି ୱାର୍ଡରେ ବିଜେଡ଼ି କମିଟି ଗଠନ କରିବା ସହ ପଞ୍ଚାୟତରେ ୧୫ ଜଣିଆ ଓ ପ୍ରତି ୱାର୍ଡରେ ଦୁଇ ଜଣ ମହିଳା ଓ ତିନି ଜଣ ପୁରୁଷକୁ ନେଇ ୫ ପାଞ୍ଚ ଜଣିଆ କମିଟି ଗଠନ କରି ତୃଣମୂଳ ସ୍ତରରେ ବିଜେଡ଼ି ପାଇଁ କାର୍ଯ୍ୟ କରିବେ ବୋଲି ନିଷ୍ପତି ହୋଇଥିଲା । ଏହି ଵୈଠକରେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକର କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ଏଥିରେ ବିଧାୟକ ପ୍ରତିନିଧି ଦିପକ କୁମାର ସାହୁଙ୍କ ସମେତ ପଞ୍ଚାୟତ ସଭାପତି ବୁଲୁ ସାହୁ , ଛାତ୍ର ସଭାପତି ରୂପକ କୁମାର ସାହୁ, ବ୍ଲକ ମହିଳା ସଭାନେତ୍ରୀ ରଞ୍ଜିତା ପ୍ରଧାନ, ୧୦ ନମ୍ବର ଜୋନ୍ ର ଆବାହକ ସୁଶାନ୍ତ ପ୍ରଧାନ, ବ୍ଲକ ଉପ ସଭାପତି ଗଙ୍ଗା ପ୍ରଧାନ, ସମିତି ସଭ୍ୟା ତ୍ରିବେଣୀ ପ୍ରଧାନ, ମନୋଜ ନାୟକ ପ୍ରମୁଖ ଙ୍କ ସହ ଶତାଧିକ ବିଜେଡ଼ି କର୍ମୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ