ଖୁବ୍ ଶୀଘ୍ର ପ୍ରକାଶିତ ହେବ “ମାଟିର ମଣିଷ’
କଟକ, (ଯୁଗାବ୍ଦ ନ୍ୟୁଜ):କୌଶଲ୍ୟା ସାହିତ୍ୟ ଓ ସଂସ୍କୃତି ପରିଷଦ ପକ୍ଷରୁ ପ୍ରକାଶିତ ସାହିତ୍ୟ ପତ୍ରିକା “ମାଟିର ମଣିଷ’ ଖୁବ୍ ଶୀଘ୍ର ପ୍ରକାଶିତ ହେବ । କରୋନା ମହାମାରୀ ଯୋଗୁ କିଛି ସମୟ ପାଇଁ ବିଳମ୍ବିତ ହୋଇଥିଲେ ମଧ୍ୟ ଏହା ଆସନ୍ତା ଡିସେମ୍ବର ମାସ ଶେଷ ସପ୍ତାହରେ, ୨୦୨୧ରେ ନବକଳେବର ସହିତ ଆତ୍ମପ୍ରକାଶ ଲାଭ କରିବ । ଏଥି ସହିତ ରାଜ୍ୟର ୧୫ ଜଣ ସାରସ୍ୱତ ପ୍ରତିଭାଧାରୀ ବ୍ୟକ୍ତିତ୍ୱଙ୍କୁ “ମାଟିର ମଣିଷ ୨୦୨୧’ରେ ସମ୍ମାନିତ କରାଯିବ ବୋଲି କବି, ସମ୍ପାଦକ ସଞ୍ଜୟ କୁମାର ଚୌଧୁରୀ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଦୀର୍ଘ ବର୍ଷ ଧରି ଉକ୍ତ ପତ୍ରିକାଟି ମା, ମାଟି, ମାତୃଭାଷା ପାଇଁ ସର୍ବଦା କାର୍ଯ୍ୟ କରିଆସୁଛି ।


