‘ନିରବତାର ସେପାରିକୁ’କବିତା ସଙ୍କଳନ ଲୋକାର୍ପିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କବୟିତ୍ରୀ ରଶ୍ମିତା ଜେନାଙ୍କ ରଚିତ କବିତା ସଙ୍କଳନ “ନିରବତାର ସେପାରିକୁ” ଏକ ବର୍ଣ୍ଣାଢ୍ୟ ସମାରୋହରେ ଉନ୍ମୋଚିତ ହୋଇଯାଇଛି । କୋରୋର ରାଜଶ୍ରୀ କଳା ଓ ସାହିତ୍ୟ ସଂସଦ ଆନୁକୁଲ୍ୟରେ ଅନୁଷ୍ଠିତ ଅନୁଷ୍ଠିତ ସମାବେଶରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଅର୍ଥମନ୍ତ୍ରୀ ତଥା କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା, ବିଶିଷ୍ଟ ଅତିଥି ଭାବେ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ମୁଖ୍ୟବକ୍ତା ଭାବେ ଓଡିଶା ବିଧାନ ସଭା ସଚିବ ଦାଶରଥୀ ଶତପଥୀ, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ଯୁଧିଷ୍ଟିର ଖଟୁଆ, ଯାତ୍ରା ଅଭିନେତା ଦୈତାରୀ ପଣ୍ଡା ପ୍ରମୁଖ ଯୋଗଦେଇ ଶାନ୍ତିସେନା ପବ୍ଲିକେଶନ, ଜଗତସିଂହପୁର ଦ୍ୱାରା ପ୍ରକାଶିତ ଏବଂ କବୟିତ୍ରୀ ରଶ୍ମିତା ଜେନାଙ୍କ ରଚିତ କବିତା ସଙ୍କଳନ “ନିରବତାର ସେପାରିକୁ” ଲୋକାର୍ପଣ କରିଥିଲେ । ଏହି ସଙ୍କଳନଟି ଭିନ୍ନ ସ୍ୱାଦର ଏକ ଚମତ୍କାର କାବ୍ୟ ସ୍ୱର ଯେଉଁଥିରେ ପ୍ରତିଟି କବିତାର ଅନ୍ତଃସ୍ୱର ସ୍ୱତନ୍ତ୍ର ମହିମାରେ ମହିମାନ୍ୱିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଡଃ. ଶ୍ରୀଧର ସାମଲ,ନଳିନୀ ପୃଷ୍ଟିଙ୍କ ସମେତ ବହୁ ବିଶିଷ୍ଟ ସାହିତ୍ୟିକ, କବି ଓ ଲେଖକମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ