ପଞ୍ଚାୟତ ମାଧ୍ୟମରେ ଭତ୍ତା ଦେବାପାଇଁ ବୃଦ୍ଧବୃଦ୍ଧାଙ୍କ ଦାବି

ହାଟଡ଼ିହି, : ବ୍ୟାଙ୍କ ନୁହଁ ପୁର୍ବପରି ପିଇଓଙ୍କ ଦ୍ୱାରା ପଞ୍ଚାୟତ ମାଧ୍ୟମରେ ଭତ୍ତା ପ୍ରଦାନ କରିବାକୁ ପନ୍ଦାଡୋ ପଞ୍ଚାୟ୍‌ର ବୃଦ୍ଧବୃଦ୍ଧା ମାନେ ଦାବି କରିଛନ୍ତି । ଏନେଇ ସେମାନେ କେନ୍ଦୁଝର ଜିଲ୍ଲାପାଳ, ଆନନ୍ଦପୁର ୁପଜିଲ୍ଲାପାଳ, ହାଟଡିହି ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାଇ ଯେ ପନ୍ଦାଡୋ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ୟାଙ୍କର ଦୁରତା ତିନି କିଲୋମିଟର ହୋଇଥିବାବେଳେ ବ୍ୟାଙ୍କରେ ପ୍ରବଳ ଗହଳି ସବୁବେଳେ ଲାଗି ରହୁଛି । ଜଣେ ବୃଦ୍ଧ, ବୃଦ୍ଧା ଓ ବିଧବା ମାନେ କେବେ ବ୍ୟାଙ୍କୁ ଯାଇ ଏତେସମୟ ଧାଡିରେ ଠିଆହୋଇ ଭତ୍ତା ଆଣିପାରିବେ ନାହିଁ । ଯେଉଁ ସୁବିଧା ପଞ୍ଚାୟତରୁ ପାଉଛନ୍ତି ତାହାଠାରୁ ସେମାନେ ଅଧିକ ହଇରାଣ ହରକତ ହେବେ ବୋଲି ପନ୍ଦାଡୋ, ତେନ୍ତୁଲିପଦି, ବୈଦାଖିଆ, ଠୁଣିଗାଁ, ପୋଡାସିଙ୍ଗିଡି, ଖଇରିମରା, ବଣିଆହୁଡି ଆଦି ଗ୍ରାମର ବାରୁଣୀ ଜେନା, ମଧୁସୁନ ବେହେରା, ଅନାଦି ଜେନା, ଅତୁଲ ଚନ୍ଦ୍ର ଜେନା, ମାୟାଧର ଜେନା, ସତ୍ୟଭାମା ମହାନ୍ତି, ସଶ୍ମିତା କୁଅଁର, ଶାନ୍ତିଲତା କୁଅଁର, ହରିହର ରାଉତ, କୈଳାଶ ବେହେରା, ମାୟାଧର ଜେନା, ସାଗିରୀ ରାଉତ, ସାର ବେହେରାଙ୍କ ସମେତ ଶତାଧିକ ବୃଦ୍ଧବୃଦ୍ଧା ଅଭିଯୋଗ କରିଛନ୍ତି । ଏନେଇ ସମସ୍ତ ଦାବିପତ୍ର ଗୁଡିକ ପିଇଓଙ୍କ ଜରିଆରେ ବିଡିଓ, ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କୁ ପ୍ରେରଣ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ