କଳ୍ପନା ଛକ ଟୋକାସଂଘ ଛଅବର୍ଷର ଶିଶୁକୁ ସହାୟତା ଯୋଗାଇଲା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :କଳ୍ପନା ଛକ ଟୋକା ସଂଘ ଦ୍ୱାରା ଅସହାୟ କର୍କଟ ପୀଡ଼ିତମାନଙ୍କ ଉଦ୍ଦେଶ୍ୟରେ ପ୍ରତିଷ୍ଠା ହୋଇଥିବା ସମାଜ ମଙ୍ଗଳ ହୁଣ୍ଡି ୨୦ତମ ସମାଜ ମଙ୍ଗଳ ହୁଣ୍ଡିର, ହୁଣ୍ଡିଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ହୁଣ୍ଡିରୁ ଆଦୟ ମୋଟ ୨୦ ହଜାର ୧୫୦ଟଙ୍କା କଣାସ ବୀରକିଶୋରପୁର ଗ୍ରାମର ଛଅବର୍ଷର କର୍କଟ ପୀଡ଼ିତ ଶିଶୁ ସତ୍ୟନାରାୟଣ ସ୍ୱାଇଁକୁ ଅତିଥିମାନଙ୍କ ହସ୍ତରେ ପ୍ରଦାନ କରାଯାଇଛି । ସଂଘର ପ୍ରତିଷ୍ଠାତା ବାପୁ ଓଝାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭବେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ଯୋଗଦେଇ ସମାଜ ମଙ୍ଗଳ ହୁଣ୍ଡି ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ଏସିପି ବିଷ୍ଣୁ ପ୍ରସାଦ ପାତ୍ର, ବିଜେଡ଼ି ରାଜ୍ୟ ସମ୍ପାଦକ ଅମରେଶ ଜେନା, ସମାଜସେବୀ ମୀରା ପରିଡ଼ା, କଣ୍ଠଶିଳ୍ପୀ ଡଃ ଜୟଶ୍ରୀ ଧଳ, ସମାଜସେବୀ ବନ୍ଦନା ହରିଚନ୍ଦନ, ସମାଜସେବୀ ଅମୀୟବାଳା ପରିଡ଼ା, ନିର୍ଦ୍ଦେଶକ ଚନ୍ଦ୍ରଭାନୁ କର, ଜନନେତା ବିଜୟ ପରିଡ଼ା, ସମାଜସେବୀ ବିନ୍ଦାସ ଚିନୁ, ପ୍ରଧ୍ୟାପକ ଡଃ ଅସିତ ଦାସ ପ୍ରମୁଖ ଯୋଗ ଦେଇ ଏହି ମହାନ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ । ଏହାସହ କଳ୍ପନା ଅଞ୍ଚଳର ବିଭିନ୍ନ ପ୍ରତିଷ୍ଠିତ ପ୍ରତିଭାମାନଙ୍କୁ ‘କଳ୍ପନା ଗୌରବ ସମ୍ମାନ’ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ଧୀରେନ ରାଉତରାୟ, ଉପସଭାପତି ପବିତ୍ର ଗଜେନ୍ଦ୍ର, କୋଷାଧ୍ୟକ୍ଷ ଅରୁଣ ଜେନା ସଭାକାର୍ଯ୍ୟ ପରିଚାଳନା କରିଥିଲେ । ତନ୍ମୟ ସାମନ୍ତରାୟ, ରୋହିତ ନାୟକ, ଗିରିଶ ମିଶ୍ର, ଦୀପକ ବାରିକ, ସୁରେଶ ମାଝୀ, ପ୍ରମୋଦ ପତି, ରାଜକୁମାର, କାଳି ବେହେରା, ସ୍ନିଗ୍ଧା ମହାନ୍ତି, ପ୍ରଜ୍ଞା ପ୍ରିୟଦର୍ଶିନୀ ରଥ, ବର୍ଷା ଦାଶ, ରୂପଶ୍ରୀ ସାହୁ, ଇମନ ମହାନ୍ତି, ସୁଭାସି ଶଢଙ୍ଗୀ, ଭୁବନାନନ୍ଦ ସମାନ୍ତ, ଚିତ୍ତରଞ୍ଜନ ଦାଶ, ରଞ୍ଜନ ବେହେରା ପ୍ରମୁଖ ଯୋଗ ଦେଇଥିଲେ ଧନ୍ୟବାଦ ଅର୍ପଣ କରିଥିଲେ ଇଂ ସୌମ୍ୟରଞ୍ଜନ ରାଉତ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ