ବ୍ଲକସ୍ତରୀୟ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର
ନାଉଗାଁ,:ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ଆୟୋଜିତ ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ନାଉଗାଁ ବ୍ଲକ କାର୍ଯ୍ୟାଳୟ ପରିସରରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୫୫୩ ଟି ଆବେଦନ ପତ୍ର ପଂଜିକୃତ କରାଯାଇଥିଲା । ଏଥିରେ ଅସ୍ଥିଶଲ୍ୟରେ ୨୭୦ଟି, ମାନସିକ ଅନଗ୍ରସରରେ ୧୫୮ଟି, ଚକ୍ଷୁରେ ୭୩ଟି,ବାକ୍,ଶ୍ରବଣ ଓ ଶକ୍ତିବାଧିତରେ ୪୯ଟି ଓ ଥାଲାସିମିଆରେ ୩ଟି ପଂଜିକୃତ କରାଯାଇଛି ।ଏଥିରେ ସମସ୍ତ ବିଭାଗର ଡାକ୍ତରମାନେ ଯୋଗ ଦେଇ ରୋଗୀମାନଙ୍କୁ ପରୀକ୍ଷା କରି ପ୍ରମାଣ ପତ୍ର ଦେଇଥିଲେ । ଏହାମଧ୍ୟରୁ ୧୨ ଜଣ ଆଶାବାଡି,ହୁଇଲ ଚେୟାର ଆଦି ଉପକରଣ ନେବା ପାଇଁ ଆବେଦନ କରିଛନ୍ତି । ଏହି ଯୋଜନାରେ ନାମ ପଂଜିକରଣ କରିଥିବା ଯୋଗ୍ୟ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ସରକାରଙ୍କର ଦ୍ୱାରା ଯୋଗାଇ ଦିଆଯାଉଥିବା କମ୍ପୁଟରକରଣ ପ୍ରମାଣ ପତ୍ର ଯୋଗାଇ ଦିଆଯିବ ବୋଲି ଜନମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଦେବାଶିଷ ସ୍ୱାଇଁ କହିଥିଲେ ।ଏହି ଶିବିରରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅବଦୁଲ ୱାବ ଖାନ,ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ,ଏସଏସଓ ପବିତ୍ର ଦାସ,ବିଡିଓ ରଶ୍ମୀରେଖା ମଲ୍ଲିକ,ଜିଲ୍ଲା କାର୍ଯ୍ୟକ୍ରମ ସହାୟକ ସ୍ମିତା ମହାପାତ୍ର, ଜନମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଦେବାଶିଷ ସ୍ୱାଇଁ,ବ୍ଲକ କାର୍ଯ୍ୟକ୍ରମ ସହାୟକ ପ୍ରସନ୍ନଜିତ ନାୟକ,କନିଷ୍ଠ କିରାଣୀ ବିକ୍ରମ ଚୌଧୁରୀଙ୍କ ସମେତ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀ,ସମସ୍ତ ବ୍ଲକ କର୍ମଚାରୀମାନେ ପରିଚାଳନା କରୁଥିବା ବେଳେ ବ୍ଲକର ସମସ୍ତ ଜିଆରଏସ ପରିଚାଳନାରେ ସହଯୋଗ କରିଥିଲେ ।