ଗଜପତିରେ ଆଲୋକର ପର୍ବ ଦିପାବଳୀ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ସମେତ ଜିଲ୍ଲାର ମୋଟ ୭ଗୋଟି ବ୍ଲକ ଯଥା,ମୋହନା,ନୁଆଗଡ,ରାୟଗଡ,ଗୋଷାଣୀ,ଗୁମ୍ମା,କାଶୀନଗର ଓ ଆର.ଉଦୟଗିରି ଆଦି ଅଞ୍ଚଳରେ ଆଲୋକର ପର୍ବ ଦିପାବଳୀକୁ ଅତ୍ୟନ୍ତ ଭକ୍ତିପୁତ ଭାବେ ପାଳନ କରାଯାଇଛି । ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ ଜିଲ୍ଲାରେ ବିବିନ୍ନ ପ୍ରକାର ଆତସବାଜି ବିକ୍ରିରେ କଟକଣା ସତ୍ୱେ ଲୋକେ ଖୁବ୍ କମ୍ ପରିମାଣର ଆତସବାଜିକୁ ଚଳିତ ବର୍ଷ ବ୍ୟବହାର କରିଥିବା ଲକ୍ଷ କରାଯାଇଛି । ନିଜ ନିଜର ପିତୃପୁରୁଷଙ୍କୁ ସ୍ମରଣ କରି ଶ୍ରାଦ୍ଧ ଦେବା ସହ ଦୀପ ଦାନ କରାଯାଇଥିଲା ।


