ଦୃଷ୍ଟିହୀନ ବିଦ୍ୟାଳୟରେ ଶ୍ରୀ ଈଶ୍ୱର ଟିଭି ପରିବାରର ଦୀପାବଳି
ବାଲେଶ୍ୱର, (ସରୋଜ ପଣ୍ଡା) : ଶ୍ରୀ ଈଶ୍ୱର ଟିଭି ପରିବାର ପକ୍ଷରୁ ବାଲେଶ୍ୱର ସହରର ବଣିଆମନ୍ଦିର ନିକଟ ପ୍ରୟାସ ଦୃଷ୍ଟିହୀନ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଗହଣରେ ଦୀପାବଳି ପାଳିତ ହୋଇଯାଇଛି । ବିଜୁ ମହିଳା ଜନତା ଦଳ ରାଜ୍ୟ କାର୍ଯ୍ୟକାରୀ ସଭାପତି ତଥା ରେବତୀ ପତ୍ରିକାର ସମ୍ପାଦିକା ସମାଜସେବୀ ସୁବାସିନୀ ଜେନା ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦଘାଟନ କରିବା ସହିତ କୁନି କୁନି ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ସହ ଆଲୋକର ପର୍ବ ପାଳିଥିଲେ । ଏହି ପିଲାଙ୍କ ସହ ଦୀପାବଳି ପାଳିବା ନେଇ ଶ୍ରୀ ଈଶ୍ୱର ଟିଭି ପରିବାରର ନିଷ୍ପତ୍ତିକୁ ସେ ଭୂୟସୀ ପ୍ରଶଂସା କରିଥିଲେ । ରୋଟାରିଆନ ଯଶୋଦା ନନ୍ଦନ ଆଶ ଏଥିରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କୁନି କୁନି ପିଲାଙ୍କ ସହ ଦୀନ ଓ ରୋଷଣି ଜାଳିଥିଲେ । ଶ୍ରୀ ଈଶ୍ୱର ଟିଭିର ମୁଖ୍ୟ ଲୋକନାଥ ପିରି ଏହି କାର୍ଯ୍ୟକ୍ରମରେ ପୌରୋହିତ୍ୟ କରିଥିଲେ । ଅତିଥିମାନେ ବିଦ୍ୟାଳୟର ପ୍ରୟାସ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ସହ ଦୀପ, ରୋଷଣି ଜାଳି ଥିଲେ । ଅନୁଷ୍ଠାନର ସମ୍ପାଦିକା ଅମିତା ପିରିଙ୍କ ସମେତ କୁଞ୍ଜମଣି ସ୍ୱାଇଁ, ରଞ୍ଜନ ଦାଶ, ଜୟନ୍ତ ଶତପଥୀ, ଶୁଭଙ୍କର ପିରି ପ୍ରମୁଖ ସଦସ୍ୟମାନେ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ । ଏହି ଅବସରରେ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।


