ମମିତା ହତ୍ୟା ଘଟଣାକୁ ନେଇ ବିଜେପିର କୋଦଳା ଥାନା ଘେରାଉ
କୋଦଳା, (ଗୁଲସନ କୁମାର କର):ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାରେ ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ବିଜେପି ପକ୍ଷରୁ କୋଦଳାରେ ପ୍ରତିବାଦ l ମମିତାଙ୍କୁ ନ୍ୟାୟ ଦେବା ପାଇଁ ଶୋଭାଯାତ୍ରା ସହ ନାରାବାଜି ଦେଇ ତାତିଲେ ବିଜେପି କର୍ମୀ l ମମିତାଙ୍କୁ ନ୍ୟାୟ ଦେବା, ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ସହ ତାଙ୍କୁ ଗିରଫ ଦାବିରେ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀ ଭାରତୀୟ ଜନତା ପାର୍ଟି ତରଫରୁ ବୁଧବାର କୋଦଳା ଥାନା ଘେରାଉ କରାଯାଇଛି lତେବେ ନିରପେକ୍ଷ ତଦନ୍ତ ପାଇଁ ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବାକୁ ବିଜେପି କର୍ମୀମାନେ ଦାବି କରିଛନ୍ତି l ଏନେଇ କୋଦଳା ଏନଏସି ରେ ଶୋଭାଯାତ୍ରା କରି ନାରାବାଜି କରିଥିଲେ ବିଜେପି କର୍ମକର୍ତ୍ତା। କୋଦଳା ଥାନା ଘେରାଉ କରିବା ସହ ମମିତା ମେହେରଙ୍କୁ ନ୍ୟାୟ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି l କବିସୂର୍ଯ୍ୟନଗର ବିଜେପି ବିଧାୟକ ପ୍ରାର୍ଥୀ ରଂଜନ କୁମାର ପଲେଇକଂ ନେତୃତ୍ୱରେ ବରିଷ୍ଠ ବିଜେପି ନେତା ମହେଶ୍ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ ପଣ୍ଡା, କୋଦଳା ନଗର ସଭାପତି ମଧୂସୁଧନ ଯେନା, ସୋରଡ଼ା ବିଧାୟକ ପାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୀଳମଣି ବିଷୋୟୀ, ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ମୀରା ଦେଓ, ଯୁବ ନେତା ରମାକାନ୍ତ ଦୋରା, ବେଗୁନିଆପଡ଼ା ମଣ୍ଡଳ ସଭାପତି ସୁଦର୍ଶନ ସାହୁ, ବୁଢା଼ମ୍ବ ମଣ୍ଡଳ ସଭାପତି ଅଶୋକ ପ୍ରଧାନ, ଜିଲ୍ଲା ସଂପାଦକ ସଞ୍ଜୟ ଘୋଷକଂ ସମେତ ବହୁ ବିଜେପି କର୍ମକର୍ତ୍ତା ଯୋଗ ଦେଇଥିଲେ।


