ମହୁରୀକାଳୁଆ ଯାତ୍ରା ସକାଶେ ପ୍ରାକ୍ ପ୍ରସ୍ତୁତି ବୈଠକ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳିକାଟୁ ପୌରାଞ୍ଚଳ ଆଙ୍କୋରଡା ଗ୍ରାମରେ ୧୦ ତାରିଖ ଠାରୁ ସପ୍ତାହେ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ମା ମହୁରୀକାଳୁଆ ଯାତ୍ରାତ୍ସୋବ ପାଳନ ସକାଶେ ଶନିବାର ପୈାର କାର୍ଯ୍ୟାଳୟ ସଭାକକ୍ଷ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପୈାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁଙ୍କ ତତ୍ତ୍ଵାବଧାନରେ ଆୟୋଜିତ ବୈଠକରେ ଯାତ୍ରା ସୁପରିଚାଳନା ନିମନ୍ତେ ଆଲୋଚନା କରାଯାଇଥିଲା । କୋଭିଡ କଟକଣାକୁ କଡାକଡି ଭାବେ ପାଳନ କରିବା ଗଞ୍ଜାମ ଉପଜିଲ୍ଲାପାଳଙ୍କ ଠାରୁ ଅନୁମତି ପତ୍ର ଆଣିବା ପାଇଁ ନିର୍ବାହୀ ଅଧିକାରୀ ଡ଼ଃ ସାହୁ ଯାତ୍ରା କମିଟିଙ୍କୁ ନିବେଦନ କରିଥିଲେ । ଯାତ୍ରା ପ୍ରଥମ ଦିବସ ବୁଧବାର ସନ୍ଧ୍ୟାରେ ମା’ଙ୍କ ଆଗମନ ଓ ଗ୍ରାମ ପରିକ୍ରମା, ଗୁରୁବାର ଅଧିବାସ ସହ ନାମଯଜ୍ଞ ଆରମ୍ଭ, ରବିବାର ଅନଯଜ୍ଞ, ପ୍ରସାଦ ସେବନ, ମଙ୍ଗଳବାର ପୁର୍ଣ୍ଣାହୁତି ଓ ବୁଧବାର ମା’ଙ୍କ ପ୍ରତ୍ୟାବର୍ତ୍ତନ କାର୍ଯ୍ୟକ୍ରମ ସ୍ଥିରୀକୃତ ହେଇଛି ବୋଲି ଯାତ୍ରା କମିଟି ପକ୍ଷରୁ ସୂଚନା ମିଳିଛି । ଅନୁଷ୍ଠିତ ବୈଠକରେ ଥାନା ଆଇଆଇସି ଅଭିମନ୍ୟୁ ଦାସ, ଯାତ୍ରା କମିଟି ସଭାପତି ସୁବାଷ ଚନ୍ଦ୍ର ପୋଲାଇ, ପ୍ୟାରୀମୋହନ ପାଢି, ନିଳମଣି ପଟ୍ଟନାୟକ, ସନ୍ତୋଷ ମହାରଣା, ସନାତନ ନାହାକ, ଯୁଧିଷ୍ଠିର ସ୍ବାଇଁ, ଅରକ୍ଷିତ ବାତ୍ୟା, କିରଣ ପଟ୍ଟନାୟକ, ଶ୍ୟାମସୁନ୍ଦର ସେଠି, ସନ୍ତୋଷ ପ୍ରଧାନ, ଦୂର୍ଯ୍ୟୋଧନ ମୁନି, ସୁନିଲ ନାହାକ, ଯୋଗିନ୍ଦ୍ର ବେହେରା, ସଦାନନ୍ଦ ସ୍ବାଇଁଙ୍କ ସମେତ ଯାତ୍ରା ଓ ଗ୍ରାମ କମିଟି ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ