ମିଟୁ ବାବୁଙ୍କ ପଞ୍ଚାୟତରେ ବିଜେଡିର ମିଶ୍ରଣ ପର୍ବ

ବୁଗୁଡା, (ଅନିଲ କୁମାର ମହାରଣା):ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଗୁଡା ବ୍ଳକର ଶଙ୍କରୁ ପଞ୍ଚାୟତରେ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତରେ ବିଜେଡ଼ିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଘୁମୁସର ଜିଲ୍ଲା ବିଜେପି ସଭାପତି ଗୋକୁଳାନନ୍ଦ ମଳିକଙ୍କ ନିଜ ଗ୍ରାମ ପଞ୍ଚାୟତ ଶଙ୍କୁରୁ ହୋଇଥିବା ବେଳେ ସେହି ପଞ୍ଚାୟତର ଶଙ୍କୁରୁ ଗ୍ରାମର ୨୦ ପରିବାର ବିଧାୟକ ଶ୍ରୀ ସାହୁଙ୍କ ଉପସ୍ଥିତିରେ ବିଜେପି ତ୍ୟାଗ କରି ବିଜୁ ଜନତା ଦଳରେ ଯୋଗଦେଇଥିବା ବୁଗୁଡା ବ୍ଲକର ପୂର୍ବତନ ଅଧ୍ୟକ୍ଷ କିଶୋର ଚନ୍ଦ୍ର ବେହେରା ପ୍ରକାଶ କରିଛନ୍ତି। ଶଙ୍କରୁ ଗ୍ରାମର ଯୁଗଳ କିଶୋର ଆରୁଖ, ଲଡୁ କିଶୋର ବିଷୋୟୀ, ସଚ୍ଚିଦାନନ୍ଦ ଆରୁଖ, ଉଦ୍ୟନାଥ ଗୌଡ଼, ସରୋଜ କୁମାର ବିଷୋୟୀ ପ୍ରମୁଖ ୨୦ ପରିବାର ବିଜେପି ତ୍ୟାଗକରି ବିଜୁ ଜନତା ଦଳରେ ମିଶିଥିବା ଘୋଷଣା କରିଥିଲେ। ବିଧାୟକ ଶ୍ରୀ ସାହୁ ସମସ୍ତଙ୍କୁ ପୁଷ୍ପମାଲ୍ୟ ଓ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରିବା ସହ ବିଜୁ ଜନତା ଦଳରେ ଗ୍ରହଣ କରାଯିବା ଘୋଷଣା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବୁଗୁଡା ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଟୁକୁନା ସ୍ବାଇଁ, ସୁବ୍ରତ ରାଖଲ ଦାସ, କେ.ତ୍ରିଲୋଚନ ଦୋରା, ଚିତ୍ରସେନ ପ୍ରଧାନ, ସୁଧାଂଶୁ ଶେଖର ପାଢ଼ୀ, ଖଦାଳ ଖଟେଇ ପ୍ରମୁଖ ବହୁ ବିଜେଡି ନେତା ଓ କର୍ମୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ