ଦିବଂଗତ ପଣ୍ଡିତ ସୁରେନ୍ଦ୍ର ନାଥ କରଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି
ବାଲେଶ୍ୱର, (ସରୋଜ ପଣ୍ଡା) : ବାଲେଶ୍ୱରର ଅନ୍ୟତମ ସାରସ୍ୱତ ସାଧକ ତଥା ଜିଲା ସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ପଣ୍ଡିତ ସୁରେନ୍ଦ୍ରନାଥ କରଙ୍କ ବିୟୋଗରେ ସ୍ୱାସ୍ଥ୍ୟସେବା ଚ୍ୟାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଜିଲା ମୁଖ୍ୟ ଚିକିତ୍ସାଳୟରେ ପରିସରସ୍ଥ ଟ୍ରଷ୍ଟର କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଫେସର ଅନନ୍ତ କୁମାର ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ଟ୍ରଷ୍ଟର ସଦସ୍ୟମାନେ ସ୍ୱର୍ଗତ କରଙ୍କୁ ଜଣେ ଛାତ୍ର ବତ୍ସଳ ଶିକ୍ଷକ ତଥା ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତିର ସୁରକ୍ଷା ପାଇଁ ଜୀବନବ୍ୟାପୀ ଉଦ୍ୟମ ଅବ୍ୟାହତ ରଖିଥିବା ଅନ୍ୟତମ ସୈନିକ ଭାବେ ଅଭିହିତ କରିଥିଲେ । ତାଙ୍କର ଦେହାନ୍ତ ସମସ୍ତ ଓଡ଼ିଆଙ୍କର ଏକ ଅପୂରଣୀୟ କ୍ଷତି ବୋଲି ଉପସ୍ଥିତ ବକ୍ତାମାନେ ମତ ପ୍ରକାଶ କରିଥିଲେ । ପ୍ରାରମ୍ଭରେ ସ୍ୱର୍ଗତ କରଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ ଓ ନିରବ ପ୍ରାର୍ଥନା ସହ ସମସ୍ତେ ଦିବଂଗତ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଉପେନ୍ଦ୍ରନାଥ ପାତ୍ର, ରବୀନ୍ଦ୍ର ପ୍ରହରାଜ, ରତ୍ନାକର ଦାସ, ରବୀନ୍ଦ୍ରନାଥ ଦେ, ପୁରୁଷୋତ୍ତମ ବେହେରା, ରବିକୁମାର ପାଣିଗ୍ରାହୀ, ନବକୃଷ୍ଣ ପୋଥାଳ ପ୍ରମୁଖ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକମରେ ଉପସ୍ଥିତ ଥିଲେ ।


