ତାଳସାକର ୟୁ.ପି. ସ୍କୁଲରେ ପୋଷାକ ବିତରଣ ମେଳା

ବୁଗୁଡା, (ଅନିଲ କୁମାର ମହାରଣା) :ବୁଗୁଡା ବ୍ଲକ ଅନ୍ତର୍ଗତ ତାଳସାକର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନଭେମ୍ବର ୦୯ ତାରିଖ ଦିନ ପୋଷାକ ଓ ଜୋତା ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ବ୍ଲକ ବିଇଓ ପ୍ରଶନ କୁମାର ବେହେରା ପୋଷାକ ବଣ୍ଟନ ମେଳାକୁ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ଯୋଗଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୀମାଞ୍ଚଳ ସେଠୀ ଏହି ମେଳାରେ ଅଧ୍ୟକ୍ଷତା କରିଥିବା ବେଳେ ସ୍କୁଲର ଏସଏମସି ସଭାପତି ପ୍ରଭାତ କୁମାର ଜେନା, ତାଳସାକର କ୍ଲଷ୍ଟର ସିଆରସିସି ମାନସ ରଞ୍ଜନ ସେଠୀ, ଗୋଲିଆ କ୍ଲଷ୍ଟର ସିଆରସିସି ବାୟା ସେଠୀ ଓ ତାକରଡା କ୍ଲଷ୍ଟର ସିଆରସିସି ଆଶୁତୋଷ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।ଅତିଥି ବୃନ୍ଦ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରୁଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ପୋଷାକ ଓ ଜୋତା ବଣ୍ଟନ କରିବା ସହ ଉତ୍ତମ ରୂପେ ପାଠ ପଢିବା ପାଇଁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କମିଟି ସଦସ୍ୟ ସଦସ୍ୟା ବୃନ୍ଦ ମେଳା ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ