ଗ୍ୟାସ ନିଆଁରେ ଜଳିଗଲା ୫ ବଖରା ଘର

ମୋହନା, (ଅଂଶୁମାନ ପଣ୍ଡା) : ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ବଡ଼ସିନ୍ଧୁବା ଗ୍ରାମରେ ଶୁକ୍ରବାର ଦିନ ସକାଳ ୯ଟା ବେଳେ ଘରେ ରୋଷୋଇ କରୁଥିବା ବେଳେ ଅଚାନକ ଗ୍ୟାସ ହାଣ୍ଡିରୁ ନିଆଁ ବାହାରି ଘର ଜଳିଯାଇଛି । ଖବର ପାଇ ମୋହନା ଅଗ୍ନିଶମ ବିଭାଗ ଅଧିକାରୀ ତାରକାନ୍ତ ମହାପାତ୍ର ଓ ଟିମ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଘରେ ରହିଥିବା ଏକ ଲକ୍ଷ୍ରୁରୁ ଉର୍ଦ୍ଧ୍ଵ ଟଙ୍କା ମୂଲ୍ୟର ସାମଗ୍ରୀକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀ କର୍ମଚାରୀ । ଘଟଣାରୁ ପ୍ରକାଶ ଶୁକ୍ରବାର ଦିନ ବଡ଼ସିନ୍ଧୁବା ଗ୍ରାମର ରାଉଳ ରଞ୍ଜିତଙ୍କ ରୋଷେଇ ଘରୁ ଇଣ୍ଡିଆନ ଗ୍ୟାସରୁ ନିଆଁ ବାହାରି ୫ ବଖରା ଘର ଜଳି ଯାଇଛି । ରାଉଳଙ୍କ ଦୁଇ ବଖରା, ଟୁକୁନା ରଥଙ୍କ ଦୁଇ ବଖରା ଏବଂ ରାଧା କୃଷ୍ଣ ମନ୍ଦିର ର ଗୋଟିଏ ବଖରା ଜଳି ପୋଡି ପାଉଁଶ ହୋଇଯାଇଛି । ଏହି ନିଆଁରେ ଅନେକ ଆବଶ୍ୟକ କାଗଜପତ୍ର, ଟଙ୍କା, ଅନ୍ୟାନ୍ୟ ସାମଗ୍ରୀ ପୋଡି ନଷ୍ଟ ହୋଇଛି । ଯାହାର ଆନୁମାନିଜ ମୂଲ୍ୟ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ଵ ହେବ ବୋଲି ଅଗ୍ନିଶମ ବିଭାଗ ଅଧିକାରୀ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି । ଅନ୍ୟପଟେ ଉକ୍ତ ଇଣ୍ଡିଆନ ଗ୍ୟାସ କମ୍ପାନୀର କୋଣସି ଅଧିକାରୀ କି ଗ୍ରାମ୍ୟ ବିତରକ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ନାହଁନ୍ତି ତଦନ୍ତ କରିବା ପାଇଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ