ଲୋକନାଥ ମହାବିଦ୍ୟାଳୟରେ ଜଳବାୟୁ ପରିବର୍ତ୍ତନକୁ ନେଇ ରାଜ୍ୟ ସ୍ତରୀୟ ଆଲୋଚନାଚକ୍ର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ନିକଟରେ ସ୍କଟଲାଣ୍ଡର ଗ୍ଲାସଗୋ ସହରରେ ଶେଷ ହୋଇଥିବା ଜଳବାୟୁ ପରିବର୍ତ୍ତନ ଉପରେ ବିଶ୍ୱ ସମ୍ମିଳନୀ ସବୁ ଦେଶମାନଙ୍କୁ ପରିବେଶ ଅନୁକୂଳ ଲୋକନୀତି ଓ ଶିଳ୍ପନୀତି କରିବା ପାଇଁ ଆହ୍ୱାନ ଦେଇଛି । ଏ ସମ୍ପର୍କରେ କିଭଳି ଭାବେ ଜଳବାୟୁ ପରିବର୍ତ୍ତନକୁ ବ୍ୟକ୍ତିଗତ ସ୍ତରରେ କାର୍ଯ୍ୟ କରିହେବ ସେନେଇ ପ୍ରଫେସର କମଳାକାନ୍ତ ଦାଶ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ କଲେଜ ଛାତ୍ରଛାତ୍ରୀଙ୍କୁ ଦିଗଦର୍ଶନ ଦେଇଥିଲେ । ଜଳବାୟୁ ପରିବର୍ତ୍ତନକୁ ନେଇ ଏକ ରାଜ୍ୟ ସ୍ତରୀୟ ଆଲୋଚନାଚକ୍ର କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ଲୋକନାଥ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଫେସର ଦାଶ ଯୋଗଦେଇ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧରେ ଯୁବ ସମାଜରେ ସଚେତନତାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଏଥିରେ ବୃକ୍ଷ ରୋପଣ, ପ୍ଲାଷ୍ଟିକ ନିୟନ୍ତ୍ରଣ, ସତତ ବର୍ଜ୍ୟବସ୍ତୁ ପ୍ରବନ୍ଧନ ଓ ପରିବେଶ ଅନୁକୂଳ ଜୀବନଯାପନ ଉପରେ ଗୁରୁତ୍ୱାରୋପ କରିଥିଲେ । ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ସବୁଜ କ୍ୟାମ୍ପସର ପ୍ରଫେସର କମଳାକାନ୍ତ ପାକିସ୍ତାନ ଓ ଅଷ୍ଟ୍ରେଲିଆରୁ ପାଇଥିବା ପ୍ରଶଂସା ସମ୍ପର୍କରେ କଲେଜ ଅଧ୍ୟକ୍ଷ ଡଃ. ପ୍ରଦୀପ୍ତ କୁମାର ପ୍ରଧାନ ଛାତ୍ରଛାତ୍ରୀଙ୍କୁ କହିଥିଲେ । ଆଗାମୀ ଦିନରେ ପୂର୍ବତନ ଛାତ୍ରଛାତ୍ରୀଙ୍କୁ ନେଇ କଲେଜର ବିକାଶମୂଳକ କାର୍ଯ୍ୟରେ ଅବଦାନ ନିମନ୍ତେ ଏହି କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା । ଡିଜିଟାଲ ଲାଇବ୍ରେରୀ, ମାସିକ ସ୍ୱାସ୍ଥ୍ୟ ଶିବିର, ଯୋଗ ଶିକ୍ଷା, ଜଳବାୟୁ ସଚେତନତା, ବୃତ୍ତିଗତ ଉତ୍କର୍ଷତା ପାଇଁ ଏକ ପ୍ରଶିକ୍ଷଣ କେନ୍ଦ୍ର ଏବଂ ଛାତ୍ରଛାତ୍ରୀମାନଙ୍କ ସମ୍ପୂର୍ଣ୍ଣ ବ୍ୟକ୍ତିତ୍ୱର ବିକାଶ ପାଇଁ ପ୍ରଫେସର ଦାଶ କଲେଜ ଅଧ୍ୟକ୍ଷଙ୍କୁ ପରାମର୍ଶ ଦେଇଥିଲେ । ଏହି ପରାମର୍ଶକୁ ଅଧ୍ୟକ୍ଷ ତୁରନ୍ତ କାର୍ଯ୍ୟରେ ପରିଣତ କରିବାକୁ ଛାତ୍ରଛାତ୍ରୀଙ୍କୁ ପ୍ରତିଶ୍ରୃତି ଦେଇଥିଲେ । ପ୍ରଫେସର ଦାଶ ୧୯୯୨-୧୯୯୭ ମସିହା ପର୍ଯ୍ୟନ୍ତ ଏହି ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ । ତାଙ୍କ ପରବର୍ତ୍ତୀ ଜୀବନର ଶିକ୍ଷାଗତ ଓ ବୃତ୍ତିଗତ ସଫଳତାକୁ ପ୍ରଶଂସା କରି ଅଧ୍ୟକ୍ଷ ଡଃ. ପ୍ରଧାନ, ରାଜନୈତିକ ବିଜ୍ଞାନ ବିଭାଗ ମୁଖ୍ୟ ସୁଶାନ୍ତ କୁମାର ପରିଡା ପ୍ରଫେସର ଦାଶଙ୍କୁ କଲେଜର ଗର୍ବ ଓ ଗୈାରବ ବୋଲି ଅଭିହିତ କରି ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମରେ ରସାୟନ ବିଜ୍ଞାନ ବିଭାଗର ଅଧ୍ୟାପିକା ମମତା ପଣ୍ଡା, ଇତିହାସ ବିଭାଗ ଅଧ୍ୟାପକ କ୍ଷୀରୋଦ ନାୟକଙ୍କ ସମେତ କଲେଜର ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ