ମାରାଥନ ଉଦଘାଟନୀ ଉତ୍ସବ ସହ ବିଜେଡି ରେ ମିଶ୍ରଣ ପର୍ବ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଆଗକୁ ପଂଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ସାନଖେମୁଣ୍ଡି ରେ ଦେଖିବାକୁ ମିଳିଛି ବିଜେଡି ର ଉଦଘାଟନ ଉତ୍ସବ ସହ ମିଶ୍ରଣ ପର୍ବ।ଦୀର୍ଘ ଦିନ ର ନୀରବତା ପରେ ଏବେ ଦଳ ରେ ମତାନ୍ତର,ମନାନ୍ତର ଭୁଲି ଏକାଠି ହୋଇ ଆଗାମୀ ନିର୍ବାଚନ କୁ ସାମ୍ନା କରିବା ପାଇଁ ନିଷ୍ପତ୍ତି ନେଇଛି ଦଳ।ଏବେ ସାନଖେମୁଣ୍ଡି ବ୍ଲକ ର ବିଭିନ୍ନ ପଂଚାୟତ ରେ ଉଦଘାଟନୀ ଉତ୍ସବ ସହ ମିଶ୍ରଣ ପର୍ବ ଦେଖିବାକୁ ମିଳିଛି।ଗତ ତ୍ରିସ୍ତରୀୟ ପଂଚାୟତ ପୂର୍ବରୁ ନୂତନ ପଂଚାୟତ ଗଠିତ ହୋଇଥିବା ସାନଖେମୁଣ୍ଡି ବ୍ଲକ ର କଲରାପଦର ପଂଚାୟତ ର ନୂତନ କୋଠା ଗୃହ ଏବଂ ଅଙ୍ଗନବାଡି, ବିଜୁ ପାଠାଗାର, ଆସିକା ସାଂସଦ ଶ୍ରୀମତୀ ପ୍ରମିଳା ବିଷୋୟୀ ଏବଂ ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ ଶୁଭ ଉଦଘାଟନ କରିଥିଲେ।ଏହାପରେ ପଂଚାୟତ ପରିସର ମଧ୍ୟ ରେ ବିଜେଡି ର ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ହୋଇଥିଲା। ବ୍ଲକ ସଭାପତି ନୀଳମାଧଵ ରାଉତ ଙ୍କ ସଭାପତିତ୍ୱ ରେ ଆୟୋଜିତ ମିଶ୍ରଣ ପର୍ବ ରେ ଆସିକା ସାଂସଦ ଶ୍ରୀମତୀ ପ୍ରମିଳା ବିଷୋୟୀ ସଂମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରାଜ୍ୟ ବିଜୁ ମହିଳା ଉପଦେଷ୍ଟା ଶ୍ରୀମତୀ ନନ୍ଦିନୀ ଦେବୀ ଯୋଗ ଦେଇଥିଲେ। ରାଜ୍ୟ ପରିଷଦ ସଭ୍ୟ ଯୋଗେନ୍ଦ୍ର ସ୍ବାଇଁ, ବ୍ଲକ ଉପାଧ୍ୟକ୍ଷ ଗୋବିନ୍ଦ ସ୍ୱାଇଁ ପୂର୍ବତନ ବ୍ଲକ ଅଧକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ,କଲରାପଦର ସରପଞ୍ଚ ଲଡୁକିଶୋର ସେଠୀ,ଅବସର ପ୍ରାପ୍ତ ଶିକ୍ଷକ ଲିଙ୍ଗରାଜ ପଟ୍ଟନାୟକ, ଜିଲ୍ଲା ପରିଷଦ ସଭ୍ୟ ଶଙ୍କର୍ଷଣ ସ୍ବାଇଁ, ସମିତିସଭ୍ୟ ବାରିକ ଦାସ ମଞ୍ଚସିନ ଥିଲେ।ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଲୋକାଭିମୁଖୀ ଯୋଜନା ଦକ୍ଷ ଶାସନ ଅନୁପ୍ରାଣିତ ହୋଇ ଏବଂ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ର ନେତୃତ୍ୱ ନେଇଥିବା ଶ୍ରୀମତୀ ନନ୍ଦିନୀ ଦେବୀ ବ୍ଲକ ର ନୂତନ ସଭାପତି ନୀଳମାଧଵ ରାଉତ ଙ୍କ ନେତୃତ୍ୱ କୁ ସଂମାନ ଜଣାଇ କଲରାପଦର ପଂଚାୟତ ର ଚାଳିଶି ରୁ ଉର୍ଦ୍ଧ୍ଵ କର୍ମୀ ଅନ୍ୟ ଦଳ ଛାଡି ବିଜେଡି ରେ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା। ଏହି ମିଶ୍ରଣ ପର୍ବ ରେ ଦଳ ର ଆଗଧାଡ଼ି ର ନେତା ସୁବାସ ମହାପାତ୍ର, ଧୋବା ସ୍ୱାଇଁ, ସହଦେଵ ପ୍ରଧାନ, ଜାଗା ପାତ୍ର, ବିଜୟ କୁମାର ଭୂୟାଁ, ସଞ୍ଜୟ ରାଉତ,ବିଜୟ ପ୍ରଧାନ, ବିନୋଦ ପ୍ରଧାନ, ଓମ ସାହୁ, ସନ୍ତୋଷ ବିଷୋୟୀ, ଗୋପାଳ ରାଉଳ,କୈଳାସ ପାତ୍ର, ସୋମନାଥ ପାତ୍ର ପ୍ରମ୍ମୁଖ ଙ୍କ ସହ ବହୁ ବିଜେଡି କର୍ମୀ ଯୋଗଦେଇଥିଲେ।


