ଚାଇଲ୍ଡ ଲାଇନ ଦ୍ୱାରା ଦୋସ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଚାଇଲ୍ଡ ଲାଇନ ଦ୍ୱାରା କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମପଞ୍ଚାୟତସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ “ଚାଇଲ୍ଡ ଲାଇନସେ ଦୋସ୍ତି” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚାଇଲ୍ଡ ଲାଇନର ସଂଯୋଜକ ଅଶ୍ୱିନୀ କୁମାର ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଭଗବତୀ ପ୍ରସାଦ ଦାସ, ଭାରପ୍ରାପ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ଓ ଜିଲ୍ଲାପାଳଙ୍କ ନିର୍ଦେଶରେ ଦାୟୀତ୍ୱ ଅପସାରଣ କରାଯାଇଥିବା ପିଓଆଇସି ବାଦଲ ଦାଶ ପ୍ରମୁଖ ଯୋଗଦେଇ ଦୋସ୍ତି କାର୍ଯ୍ୟକ୍ରମର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଶିଶୁ ଶ୍ରମିକ, ବାଲ୍ୟ ବିବାହ, ଶିଶୁ ନିର୍ଯ୍ୟାତନା, ଶିଶୁ ଅଧିକାର, ଶିଶୁ ସୁରକ୍ଷା ଏବଂ ଚାଇଲ୍ଡ ଲାଇନ – ୧୦୯୮ ଏକ ୨୪ଘଣ୍ଟିଆ ଜରୁରୀକାଳୀନ ମାଗଣା ଫୋନ କଲ ସେବା ସମ୍ପର୍କରେ ଏହି କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା । ୪୦ରୁ ଉର୍ଦ୍ଧ୍ୱ ଶିଶୁ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବକ୍ତୃତା ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ । ଏଥିସହିତ ଚାଇଲ୍ଡ ଲାଇନ ଦସ୍ତଖତ ଅଭିଯାନ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଚାଇଲ୍ଡ ଲାଇନ ସଦସ୍ୟ ଲୋପାମୁଦ୍ରା ବେହେରା, ସ୍ୱାଗତ ସୁଚନ୍ଦନ ସାହୁ, ସ୍ମୃତିରେଖା ଚୈାଧୁରୀ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଚାଇଲ୍ଡ ଲାଇନ ପରାମର୍ଶଦାତ୍ରୀ ଲୋପାମୁଦ୍ରା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ