ବାହାବଳପୁର ପାତ୍ରସାହିରେ ପାନୀୟ ଜଳ ସମସ୍ୟା

ବାଲେଶ୍ୱର, (ସରୋଜ ପଣ୍ଡା) : ସଦର ବ୍ଲକ ବାହାବଳପୁର ଅଞ୍ଚଳରେ ପାନୀୟଜଳ ସମସ୍ୟା କ୍ରମଶଃ ତୀବ୍ର ହେବାରେ ଲାଗିଛି । ତେବେ ପିଇବା ପାଣି ପାଇଁ ବାହାବଳପୁରର ପାତ୍ରସାହି ଅଞ୍ଚଳ ଲୋକଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି । ଦୀର୍ଘଦିନ ଏହି ଅଞ୍ଚଳରେ ପାଣି ବ୍ୟବସ୍ଥା ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଦୀର୍ଘଦିନ ଧରି ଦାବି ହୋଇ ଆସୁଥିଲେ ବି ଅଦ୍ୟାବଧି କୌଣସି ବ୍ୟବସ୍ଥା କରାଯାଇ ନଥିବା ସେମାନେ ଅଭିଯୋଗ କରିଛନ୍ତି । ଜନସଂଖ୍ୟା ଅନୁସାରେ ପାନୀୟ ଜଳ ଉତ୍ସବ ନଥିବା ବେଳେ ଯାହା ବି ଥିଲା ଗତ ୟସ ବାତ୍ୟାରେ ତାହା ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି । ଗତ ସଦର ଉପ-ନିର୍ବାଚନ ବେଳେ ଏ ଅଞ୍ଚଳକୁ ପ୍ରଚାର ପାଇଁ ଆସିଥିବା ମାଳ ମାଳ ମନ୍ତ୍ରୀ ନେତା ପାନୀୟ ଜଳ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ । ଏମିତିକି ଖୁବ ଅଳ୍ପଦିନ ମଧ୍ୟରେ ସବୁକିଛି ବ୍ୟବସ୍ଥା ଠିକ କରି ଦିଆଯିବ ବୋଲି ପ୍ରତିଶ୍ରୁତି ବି ଦେଇଥିଲେ । ମାତ୍ର ନିର୍ବାଚନକୁ ବର୍ଷେ ବିତି ଯାଇଥିଲେ ବି ଅଦ୍ୟାବଧି କୌଣସି ପାଇପ ପାଣି ବ୍ୟବସ୍ଥା କିମ୍ବା ନୂତନ ନଳକୂପ ସ୍ଥାପନ ନେଇ ଉଦ୍ୟମ ହୋଇଥିବା ସ୍ଥାନୀୟ ଲୋକେ ଆରୋପ କରିଛନ୍ତି । ଯୁବନେତା ବିକ୍ରମ ପଣ୍ଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସେହି ଅଞ୍ଚଳକୁ ଯାଇ ଲୋକଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଛନ୍ତି । ସମସ୍ୟା ସମ୍ପର୍କରେ ପ୍ରଶାସନର ଦୃଷ୍ଟି ଆକର୍ଷଣ ସହ ଖୁବ କମ ଦିନ ମଧ୍ୟରେ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ପାଇଁ ଉଚିତ ପଦକ୍ଷେପ ନେବେ ବୋଲି ଶ୍ରୀ ପଣ୍ଡା ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଆଜିର ଏହି ଅଞ୍ଚଳ ପରିଦର୍ଶନ ବେଳେ ଶ୍ରୀ ପଣ୍ଡାଙ୍କ ସହ ବିଶ୍ୱଜିତ ଜେନା ଓ କାହ୍ନୁ ମଲିକ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ