ଶ୍ରୀରାମ କଲେଜରେ ନୁତନ ଶ୍ରେଣୀଗୃହ ଉଦ୍‌ଘାଟିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା କାଶୀନଗର ସହରର ସ୍ଥାନୀୟ ଶ୍ରୀରାମ ଡିଗ୍ରୀ କଲେଜର ନବ ନିର୍ମିତ ଶ୍ରେଣୀଗୃହ ଉଦ୍‌ଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସମାବେଶରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଯୋଗ ଦେଇ ନବ ନିର୍ମିତ ଶ୍ରେଣୀଗୃହ ଉଦ୍‌ଘାଟନ କରିଥିଲେ । ସମ୍ମାନୀତ ଅତିଥି ରୂପେ ପାରଳାଖେମୁଣ୍ଡି ଉପ ଜିଲ୍ଲାପାଳ ଦିଲ୍ଲିୀପ କୁମାର ମହାରଣା, ଶ୍ରୀରାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ନବକୃଷ୍ଣ ସାହୁକାର ମଞ୍ଚାସୀନ ହୋଇଥିବା ବେଳେ ଡିଗ୍ରୀ କଲେଜ୍ ଅଧ୍ୟକ୍ଷ ପ୍ରଶାନ୍ତ ବାନାପିଲି ସଭାପତିତ୍ୱ କରିଥିଲେ । କଲେଜ୍‌ରେ ଛାତ୍ରଛାତ୍ରୀଙ୍କ ପାଇଁ ହୋଷ୍ଟେଲର ସୁବିଧା ନଥବା ସମ୍ପର୍କରେ ସାଂସଦଙ୍କୁ ସୂଚନା ଦିଆଯାଇଥିଲା । ହୋଷ୍ଟେଲ ନିର୍ମାଣ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ସାଂସଦ ଶ୍ରୀ ସାହୁ ପ୍ରତିଶ୍ରୁତି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ