ଗାଙ୍ଗପୁର ଥାନା ଅଧିକାରୀଙ୍କୁ ବେଲଗୁଣ୍ଠା ପ୍ରେସକ୍ଲବ ର ଶୁଭେଚ୍ଛା

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ସର୍ବଭାରତୀୟ ସ୍ତରରେ ଗଞ୍ଜାମ ଜିଲ୍ଳା ଗାଙ୍ଗପୁର ଥାନା ଦ୍ୱିତୀୟ ସର୍ବଶ୍ରେଷ୍ଠ ଥାନାର ମାନ୍ୟତା ପାଇବା ପରେ ଗାଙ୍ଗପୁର ଥାନା ଅଧିକାରୀ ଧିରେଶ୍ କୁମାର ଦାସଙ୍କୁ ଆଜି ବେଲଗୁଣ୍ଠା ପ୍ରେସକ୍ଲବର ସଭାପତି ପ୍ରଦ୍ୟୁମ୍ନ ପାତ୍ର ଙ୍କ ନେତୃତ୍ୟରେ, ସମ୍ପାଦକ ଅଶ୍ୱିନୀ ମହାନ୍ତି, ଉପସଭାପତି ପ୍ରଭାତ କୁମାର ସାହୁ, ବରିଷ୍ଠ ସାମ୍ବାଦିକ ସନ୍ତୋଷ ବିଷୋୟୀ, ଜଗନାଥ ନାୟକ, ସୁଧାଂଶୁ ଶେଖର ବିଷୋୟୀ, ଶିଶିର ସ୍ଵାଇଁ, ପଞ୍ଚାନନ ସାହୁ ପ୍ରମୁଖ ସଦସ୍ୟ ମାନେ ଫୁଲତୋଡା ଦେଇ ଶୁଭେଚ୍ଛା ଜ୍ଞାପନ କରିଛନ୍ତି I ପ୍ରକାଶ ଥାଉକି ଆଇନ୍ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣର ସିସିଟିଏନ୍ଏସ୍ ରିପୋର୍ଟ୍ ସମେତ ବିଭିନ୍ନ ପ୍ରକାର ମାନଦଣ୍ଡକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଦେଶର ତିନୋଟି ଥାନାକୁ ସର୍ବଶ୍ରେଷ୍ଠ ଥାନାର ମାନ୍ୟତା ପ୍ରଦାନ କରାଯାଇଥିଲା I ଏଥିରେ ଓଡ଼ିଶାର ଏକମାତ୍ର ଥାନା ତଥା ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଗାଙ୍ଗପୁର ଥାନା ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା I ସର୍ବଶ୍ରେଷ୍ଠ ଥାନା ଘୋଷଣା ହେବା ପରେ ବେଲଗୁଣ୍ଠା ବ୍ଲକ, ଗାଙ୍ଗପୁର ଥାନା ଅଧିକାରୀ ଶ୍ରୀ ଦାଶ ଗତ ୧୯ ତାରିଖରେ ଉତ୍ତରପ୍ରଦେଶର ଲକ୍ଷ୍ନୌ ସ୍ଥିତ ପୋଲିସ୍ ମୁଖ୍ୟାଳୟରେ ଆୟୋଜିତ ଉତ୍ସବରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହା , ଗାଙ୍ଗପୁର ଥାନା ଅଧିକାରୀ ଧୀରେଶ କୁମାର ଦାଶ ଙ୍କୁ ଟ୍ରଫି ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ