ଚଳିତ ବର୍ଷ ଭାଗବତ ମହାନ୍ତି ସ୍ମୃତି ସମ୍ମାନ ପାଇବେ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡାର ବରପୁତ୍ର ତଥା ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କ ୨ୟ ବାର୍ଷିକ ଶ୍ରାଦ୍ଧୋତ୍ସବ ଓ ସ୍ମୃତିସଭା ପାଇଁ ଗୁରୁବାର ଏକ ପ୍ରସ୍ତୁତି ବୈଠକ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସ୍ୱର୍ଗତ ମହାନ୍ତିଙ୍କ ୨ୟ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଆସନ୍ତା ଡିସେମ୍ବରମାସ ୭ତାରିଖ ସକାଳେ ତିଳତର୍ପଣ, ଫଳ ବଣ୍ଟନ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି । ସେହିଦିନ ଚଳିତ ବର୍ଷ ପାଇଁ ଭାଗବତ ପ୍ରସାଦ ମହାନ୍ତି ସମାଜସେବା ସମ୍ମାନ ଡଃ. ବିରଜା ପ୍ରସାଦ ରାଉତରାୟଙ୍କୁ ଏବଂ ଭାଗବତ ପ୍ରସାଦ ମହାନ୍ତି ପ୍ରତିଭା ସମ୍ମାନ ନାରୀ କବି ତଥା ଅବସରପ୍ରାପ୍ତ ପ୍ରାଧ୍ୟାପିକା ଡଃ. ଅପର୍ଣ୍ଣା ମହାନ୍ତିଙ୍କୁ ପ୍ରଦାନ କରାଯିବାକୁ ସ୍ମୃତି କମିଟି ପକ୍ଷରୁ ସ୍ଥିର କରାଯାଇଛି । ଏହି ପ୍ରସ୍ତୁତି ବୈଠକରେ ଆବାହକ ସୁଶିଲ ସାମଲ, ମହେନ୍ଦ୍ର ପରିଡା, ଗୋପାଳକୃଷ୍ଣ ୍ର ଜେନା, ଶରତ ବେଉରା, ମୁକ୍ତାର ଖାଁ, ଆଇନଜୀବୀ ବିଧୁଭୂଷଣ ମହାପାତ୍ରଙ୍କ ସମେତ ସ୍ମୃତି କମିଟିର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ